Masthead

ଚର୍ଚ୍ଚାରେ ମୋଦିଙ୍କ ଜାକେଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗସ୍ତରେ ଅଛନ୍ତି। ମୋଦି ଏହି ସମ୍ମିଳନୀରେ ରିସାଇକିଲ୍ ସାମଗ୍ରୀରେ ନିର୍ମିତ ଏକ ଜ୍ୟାକେଟ୍ ପିନ୍ଧିଥିଲେ। ଏହା ମାଧ୍ୟମରେ ସେ ଏକ ପରିବେଶ-ଅନୁକୂଳ ବାର୍ତ୍ତା ପ୍ରଦାନ କରିଥିଲେ। ବ୍ୟବହୃତ ପ୍ଲାଷ୍ଟିକ୍ ବୋତଲ ସଂଗ୍ରହ କରି ଏହାକୁ ଚୂର୍ଣ୍ଣ କରି ତରଳାଇ ରଙ୍ଗ ମିଶାଇ ସୂତା ଉତ୍ପାଦନ କରି ପୁନଃଚକ୍ରିତ କପଡା ତିଆରି ହୁଏ। ଏହି ପ୍ରକ୍ରିୟା ବିଭିନ୍ନ ଉତ୍ପାଦନ ସ୍ତରରେ ନିର୍ଗମନକୁ ବହୁତ କମ୍ କରିଥାଏ।

ଏହି ଜ୍ୟାକେଟ ବିଶ୍ୱକୁ ସ୍ଥିରତାର ବାର୍ତ୍ତା ଦେଇଛି। ପ୍ରଧାନମନ୍ତ୍ରୀ ତାଙ୍କ ବିଦେଶ ଗସ୍ତରେ ଭାରତୀୟ ସଂସ୍କୃତିର ପ୍ରଚାର ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ଏହା ପୂର୍ବରୁ ଗତ ଫେବୃୟାରୀ ୮ରେ ପ୍ରଧାନମନ୍ତ୍ରୀ ହାଲୁକା ନୀଳ ରଙ୍ଗର ଜ୍ୟାକେଟ୍ ପିନ୍ଧି ଲୋକ ସଭାରେ ପହଞ୍ଚିଥିଲେ। ପ୍ଲାଷ୍ଟିକ ବୋତଲଗୁଡ଼ିକର ପୁନଃ ବ୍ୟବହାର କରାଯାଇ ସେହି ଜ୍ୟାକେଟ ତିଆରି କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ