Masthead

ମୋଦିଙ୍କ ପାଠଶାଳା, ୩ଦିନ ହେବ ମନ୍ତ୍ରୀଙ୍କ କ୍ଲାସ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ମନ୍ତ୍ରୀଙ୍କ ପାଠଶାଳା, ହେଡମାଷ୍ଟର ପ୍ରଧାନମନ୍ତ୍ରୀ । ଆସନ୍ତା ସପ୍ତାହରେ ନୂଆ ମନ୍ତ୍ରୀଙ୍କୁ ପାଠ ପଢାଇବେ ମୋଦି । ଘଣ୍ଟେ, ଦି ଘଣ୍ଟା କି ଦିନେ ନୁହେଁ, ପୂରା ୩ ଦିନ ଚାଲିବ ବିଚାରବିମର୍ଶ । ଆଉ ଏହି କ୍ଲାସ୍ ଆସନ୍ତା ୧୦ ତାରିଖରୁ ଆରମ୍ଭ ହୋଇପାରେ । ଏହି ସରକାରର ବାକି ଥିବା ୩ ବର୍ଷର କାମର ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହେବ । କିଛି ମନ୍ତ୍ରୀଙ୍କ ସୂତ୍ରରୁ ମିଳିଥିବା ଖବର ଅନୁସାରେ, କରୋନା ସମୟରେ ସରକାରଙ୍କ ଇମେଜ୍ ଓ ଏହାର ସୁଧାର ଦିଗରେ ମୋଦି ମନ୍ତ୍ରୀମାନଙ୍କୁ ମନ୍ତ୍ର ଦେବେ । ଏଥିରେ ସରକାରଙ୍କ ଆଗାମୀ ଦିନର ପ୍ଲାନ୍ କଣ ରହିଛି ଓ ଏହାକୁ କିଭଳି କାର୍ଯ୍ୟକାରୀ କରାଯିବ ସେ ବିଷୟରେ ମୁଖ୍ୟତଃ ଚର୍ଚ୍ଚା ହେବ । ଏହି ବୈଠକ ପୂର୍ବରୁ ସବୁ ମନ୍ତ୍ରୀଙ୍କୁ ସୂଚନା ଦିଆସରିଛି ।

ସେମାନେ ଏଯାଏଁ କଣ କରିଛନ୍ତି, ଆଗକୁ କଣ ଯୋଜନା ରଖିଛନ୍ତି, ସେ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ । ନୂଆ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଏତେ ଲମ୍ବା ସମୟର ବୈଠକ ଡାକିଛନ୍ତି । ସ୍ୱାଧୀନତା ଦିବସ ପୂର୍ବରୁ ଏହି ବୈଠକୁ ରାଜନୈତିକ ମହଲରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଚି । କାହିଁକି ନା କୃଷି ବିଲ୍ ହେଉ କି ପେଗାସସ କିମ୍ବା ରୋଜଗାର ବିଷୟ, କୋଭିଡ ମୁକାବିଲା, ଏ କ୍ଷେତ୍ରରେ ସରକାରଙ୍କ ଭୂମିକା ଉପରେ ପ୍ରଶ୍ନ ଉଠିଛି । ଆଗକୁ ବଡ଼ ବଡ଼ ରାଜ୍ୟରେ ନିର୍ବାଚନ ରହିଛି । ଏହାପୂର୍ବରୁ ଶାସନକୁ ଅଧିକ ସକ୍ରିୟ କରିବା ଓ ଲୋକାଭିମୁଖୀ କରିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି