Masthead

ଦିଲ୍ଲୀ ବିମାନ ବନ୍ଦରକୁ ବୋମା ମାଡ଼ କରି ଉଡାଇ ଦେବାକୁ ଧମକ

ଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ବିମାନ ବନ୍ଦରକୁ ବୋମା ମାଡ କରି ଉଡ଼ାଇ ଦେବାକୁ ଆସିଛି ମେଲ । ଏଭଳି ଧମକ ମିଳିଛି ଦିଲ୍ଲୀ ପୁଲିସକୁ । ଏକ ଇ-ମେଲ ଜରିଆରେ ଅଲକାଏଦା ଏଭଳି ଧମକ ଦେଇଛି । ଏହି ମେଲ ପୋଲିସ ପାଇବା ପରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଶନିବାର ସନ୍ଧ୍ୟାରେ ଏହି ଇ-ମେଲ୍‌ ଆସିଥିଲା । ଏହାର ସବଜେକ୍ଟରେ ଲେଖିଥିଲା, ‘ଅଲକାଏଦା ତରଫରୁ ଆଇଜିଆଇ ବିମାନ ବନ୍ଦର ଉପରେ ବୋମା ମାଡ ଷଡଯନ୍ତ୍ର’। ଏକ ଦମ୍ପତିଙ୍କ ନାଁରେ ଏହି ଧମକ ଆସିଛି। କରଣବୀର ସୁରି ଓରଫ ମହମ୍ମଦ ଜାଲାଲ ଏବଂ ତାଙ୍କ ପତ୍ନୀ ଶୈଲୀ ଶାରଦା ଓରଫ ହସିନା ରବିବାର ଦିନ ସିଙ୍ଗାପୁରରୁ ଭାରତ ଆସୁଛନ୍ତି। ଏ ଦୁହେଁ ଆସନ୍ତା ଦିନେରୁ ତିନି ଦିନ ମଧ୍ୟରେ ବିମାନବନ୍ଦରରେ ବୋମା ଲଗାଇବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି ଇ-ମେଲ୍‌ରେ ଲୋଖା ହୋଇଛି।

ଏହି ଇ-ମେଲ ଆସିବା ପରେ ଦିଲ୍ଲୀ ରେ ହାଇ ଆଲର୍ଟ ଜାରି ହୋଇଛି। ସମସ୍ତ ସୁରକ୍ଷା ଏଜେନ୍ସିକୁ ସତର୍କ କରାଯାଇଛି। ଏହା ସହିତ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବୃଦ୍ଧି କରାଯାଇଛି। ବିମାନବନ୍ଦରର ସମସ୍ତ ଟର୍ମିନାଲରେ ଆଣ୍ଟି ସାବୋଟେଜ୍ ଯାଞ୍ଚ ଆରମ୍ଭ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ୫ ଦଫା ଦାବିରେ ଗୁଡାରି ବନ୍ଦ,  ୧୨ ଘଣ୍ଟିଆ ବନ୍ଦରେ ଜନଜୀବନ ପ୍ରଭାବିତ   🔴 ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ମହିଳା କ୍ରିକେଟ୍ ଟିମ୍‌ର ବଡ଼ ସଫଳତା 🔴 PEOଙ୍କ ଘରୁ ମିଳିଲାଣି ୨ଲକ୍ଷ ୯୮ ହଜାର ଟଙ୍କା 🔴 ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ଟିମ୍, ୧୨୦୦ କେଜି ଗଞ୍ଜେଇ ଜବତ  🔴 କାଚୁଛି ବର୍ଷା, ବହିଲାଣି ପବନ..୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା! 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ୫ ଦଫା ଦାବିରେ ଗୁଡାରି ବନ୍ଦ,  ୧୨ ଘଣ୍ଟିଆ ବନ୍ଦରେ ଜନଜୀବନ ପ୍ରଭାବିତ   🔴 ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ମହିଳା କ୍ରିକେଟ୍ ଟିମ୍‌ର ବଡ଼ ସଫଳତା 🔴 PEOଙ୍କ ଘରୁ ମିଳିଲାଣି ୨ଲକ୍ଷ ୯୮ ହଜାର ଟଙ୍କା 🔴 ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ଟିମ୍, ୧୨୦୦ କେଜି ଗଞ୍ଜେଇ ଜବତ  🔴 କାଚୁଛି ବର୍ଷା, ବହିଲାଣି ପବନ..୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା! 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି