Masthead

୮୦ଲକ୍ଷ ଟଙ୍କାର ନିଶା ଦ୍ରବ୍ୟ ଜବତ ୭ଶହ କେଜି ଗଞ୍ଜେଇ , ୩୦୦ ଗ୍ରାମ ବ୍ରାଉନ ସୁଗାର

ବଡ଼ ଖବର ( ଭୂବନେଶ୍ୱର ): ରାଜାଧନୀରେ ଚାଲିଛି ବେଧଡକ୍ ବ୍ରାଉନସୁଗାର କାରବାର । ଗତ କିଛିଦିନ ଧରି ଲାଗାତାର ଭାବେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଗଞ୍ଜେଇ, ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଆଜି ପୁଣି କ୍ୱିକ୍ ଆକ୍ସନ ଟିମ ହାତରେ ଧରା ପଡିଛି ୮୦ଲକ୍ଷ ଟଙ୍କାର ନିଶା ଦ୍ରବ୍ୟ । ଭୂବନେଶ୍ୱର ଉପକଣ୍ଠ ପାହଳ ନିକଟରୁ ୩୦୦ ଗ୍ରାମ ଓଜନର ବ୍ରାଉନସୁଗାରକୁ ଜବତ ହୋଇଥିବା ବେଳେ ଖୋର୍ଦ୍ଧା ଗୋଡିପଡା ଟୋଲଗେଟ ନିକଟରୁ ୭ଶହ କେଜି ଗଞ୍ଜେଇ ଜବତ ହୋଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୩୦ ଲକ୍ଷ ଓ ଗଞ୍ଜେଇର ଦାମ ୫୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ବାଲେଶ୍ୱରର ଜଳେଶ୍ୱର ଠାରୁ ବେପାରୀଙ୍କୁ ପିଛା କରି ଭୁବନେଶ୍ୱରଠାରେ ଧଳାଜହର ବେପାରୀଙ୍କୁ କାବୁ କରିଛି କ୍ୱକ୍ ଆକ୍ସନ ଟିମ୍ ।

ସେପଟେ ଆନ୍ଧ୍ରପ୍ରଦେଶରୁ ଭୂବନେଶ୍ୱର ଦେଇ ନଡିଆକତା ବୋଝେଇ ଟ୍ରକରେ ବାଲେଶ୍ୱର ଚାଲଣ ହେଉଥିଲା ଗଞ୍ଜେଇ । ଖୋର୍ଦ୍ଧା ଗୁଡ଼ିପଡ଼ା ଟୋଲ ଗେଟ୍ ଠାରେ ଟ୍ରକରୁ ଗଞ୍ଜେଇ ଜବତ କରିଛି ନାର୍କୋଟିକସ୍ କଣ୍ଟ୍ରୋଲ୍ ବ୍ୟୁରୋ । ଏକ ଟ୍ରକରେ ନଡ଼ିଆ କତା ଭିତରେ ଲୁଚାଇ ଗଞ୍ଜେଇ ଚାଲଣ ହେଉଥିଲା । ଏହି ଘଟଣାରେ ଜଣକୁ ଗିରଫ କରବା ସହ ବ୍ୟବହୃତ ଟ୍ରକକୁ ଜବତ କରିଛି ଏନସିଆରବି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା