୮୦ଲକ୍ଷ ଟଙ୍କାର ନିଶା ଦ୍ରବ୍ୟ ଜବତ ୭ଶହ କେଜି ଗଞ୍ଜେଇ , ୩୦୦ ଗ୍ରାମ ବ୍ରାଉନ ସୁଗାର

ବଡ଼ ଖବର ( ଭୂବନେଶ୍ୱର ): ରାଜାଧନୀରେ ଚାଲିଛି ବେଧଡକ୍ ବ୍ରାଉନସୁଗାର କାରବାର । ଗତ କିଛିଦିନ ଧରି ଲାଗାତାର ଭାବେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଗଞ୍ଜେଇ, ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଆଜି ପୁଣି କ୍ୱିକ୍ ଆକ୍ସନ ଟିମ ହାତରେ ଧରା ପଡିଛି ୮୦ଲକ୍ଷ ଟଙ୍କାର ନିଶା ଦ୍ରବ୍ୟ । ଭୂବନେଶ୍ୱର ଉପକଣ୍ଠ ପାହଳ ନିକଟରୁ ୩୦୦ ଗ୍ରାମ ଓଜନର ବ୍ରାଉନସୁଗାରକୁ ଜବତ ହୋଇଥିବା ବେଳେ ଖୋର୍ଦ୍ଧା ଗୋଡିପଡା ଟୋଲଗେଟ ନିକଟରୁ ୭ଶହ କେଜି ଗଞ୍ଜେଇ ଜବତ ହୋଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୩୦ ଲକ୍ଷ ଓ ଗଞ୍ଜେଇର ଦାମ ୫୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ବାଲେଶ୍ୱରର ଜଳେଶ୍ୱର ଠାରୁ ବେପାରୀଙ୍କୁ ପିଛା କରି ଭୁବନେଶ୍ୱରଠାରେ ଧଳାଜହର ବେପାରୀଙ୍କୁ କାବୁ କରିଛି କ୍ୱକ୍ ଆକ୍ସନ ଟିମ୍ ।

ସେପଟେ ଆନ୍ଧ୍ରପ୍ରଦେଶରୁ ଭୂବନେଶ୍ୱର ଦେଇ ନଡିଆକତା ବୋଝେଇ ଟ୍ରକରେ ବାଲେଶ୍ୱର ଚାଲଣ ହେଉଥିଲା ଗଞ୍ଜେଇ । ଖୋର୍ଦ୍ଧା ଗୁଡ଼ିପଡ଼ା ଟୋଲ ଗେଟ୍ ଠାରେ ଟ୍ରକରୁ ଗଞ୍ଜେଇ ଜବତ କରିଛି ନାର୍କୋଟିକସ୍ କଣ୍ଟ୍ରୋଲ୍ ବ୍ୟୁରୋ । ଏକ ଟ୍ରକରେ ନଡ଼ିଆ କତା ଭିତରେ ଲୁଚାଇ ଗଞ୍ଜେଇ ଚାଲଣ ହେଉଥିଲା । ଏହି ଘଟଣାରେ ଜଣକୁ ଗିରଫ କରବା ସହ ବ୍ୟବହୃତ ଟ୍ରକକୁ ଜବତ କରିଛି ଏନସିଆରବି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!