Masthead

ଜିଲ୍ଲାପାଳଙ୍କୁ ଭେଟି ଶାନ୍ତି ସ୍ଥାପନା ପାଇଁ ଅନୁରୋଧ କଲେ ୪୦ରୁ ଅଧିକ ଗ୍ରାମବାସୀ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଗ୍ରାମରେ ଗୋଷ୍ଠୀ ବିବାଦକୁ କେନ୍ଦ୍ର କରି ହିଂସା ଆଶଙ୍କା । ନୂତନ ଜିଲ୍ଲାପାଳଙ୍କୁ ଭେଟି ଶାନ୍ତି ସ୍ଥାପନା ପାଇଁ ଅନୁରୋଧ କଲେ ୪୦ରୁ ଅଧିକ ଗ୍ରାମବାସୀ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ତହସିଲ ଅଧୀନ ଜଗନ୍ନାଥପୁର ପଂଚାୟତ ଚୋଟଳ ଗ୍ରାମରେ ଲାଗି ରହିଥିବା ଗୋଷ୍ଠୀ ବିବାଦକୁ ନେଇ ଆଜି ଜିଲ୍ଲାର ନୂତନ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସୂଚନା ଅନୁସାରେ ଉକ୍ତ ଗ୍ରାମର ମାଆ କେନ୍ଦୁଳେଇଙ୍କ ୯୦ ଡିସିମିଲ ଚାଷଜମିକୁ ଗ୍ରାମବାସୀଙ୍କ ସୁପାରିଶ କ୍ରମେ ଉକ୍ତ ଗ୍ରାମର ଭୂମିହୀନ ବ୍ୟକ୍ତି ଭଗବାନ ପରିଡ଼ା ଦୀର୍ଘ ପନ୍ଦର ବର୍ଷ ହେବ ଚାଷୀ କରିଆସୁଛନ୍ତି ।

ପ୍ରତିବର୍ଷର ଦେୟ ସୂଚାରୁ ରୂପେ ଗ୍ରାମ ଫଣ୍ଡକୁ ହସ୍ତାନ୍ତର କରନ୍ତି । କିନ୍ତୁ ଚଳିତ ବର୍ଷ ଗ୍ରାମସଭାର ଲିଖିତ ଅନୁମୋଦନ ପରେ ବି ଗ୍ରାମର ଶିବ ଶଙ୍କର ଜେନା ଜୋର ଜବରଦସ୍ତ ଉକ୍ତ ଜମିକୁ ଦଖଲ କରି ଚାଷ କରିଛନ୍ତି । ଗ୍ରାମର ଆଉ କିଛି ଅସାଧୁ ବ୍ୟକ୍ତି ରାଜନୈତିକ ଆକ୍ରୋଶ ରଖି ଶିବ ଶଙ୍କରଙ୍କୁ ସାହାଯ୍ୟ କରିବା ସହ, ଭଗବାନ ପରିଡ଼ାଙ୍କୁ ନାନା ପ୍ରକାର ଧମକ ଚମକ ଦେଉଛନ୍ତି । ଗ୍ରାମର ପାଣ୍ଠି (ଅର୍ଥ ରାଶି )କୁ ନିଜ ହାତ ରେ ଜୋର ଜବରଦସ୍ତ ରଖି ଗ୍ରାମବାସୀ ଅନୁରୋଧ ପରେ ବି ଗ୍ରାମ ମନ୍ଦିରର ଉନ୍ନତି କାର୍ଯ୍ୟ ପାଇଁ ଦେଉନାହାନ୍ତି । ଖାଲି ସେତିକି ନୁହେଁ ଗ୍ରାମର ସରକାରୀ ଜମିରୁ ଗଛ କାଟି ଉକ୍ତ ଅର୍ଥକୁ ହରିଲୁଟ କରିଥିବା ଗ୍ରାମବାସୀ ଅଭିଯୋଗରେ ଦର୍ଶାଇଛନ୍ତି ।

ଏ ବାବଦରେ ଗ୍ରାମବାସୀମାନେ ତିର୍ତ୍ତୋଲ ଥାନା ଓ ତହସିଲଦାରଙ୍କ ପାଖରେ ଅଭିଯୋଗ କଲାପରେ କିଛି ହିତାକାଂକ୍ଷୀ ଭଦ୍ର ବ୍ୟକ୍ତିଙ୍କ ଦ୍ୱାରା ଘଟଣାର ସମାଧାନ କରାଯାଇ ଥିଲେ ବି ଉକ୍ତ ଶିବ ଶଙ୍କର ଜେନା ତାଙ୍କର କିଛି ସମର୍ଥକ ଉକ୍ତ ସମାଧାନକୁ ନମାନି ଗ୍ରାମରେ ଅଶାନ୍ତି ସୃଷ୍ଟି କରୁଛନ୍ତି । ଯାହା ଫଳରେ ଗ୍ରାମ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଉପୁଜିଛି । ତେବେ ଜିଲ୍ଲାପାଳ ଉକ୍ତ ଅଭିଯୋଗ ଶୁଣିବା ପରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଘଟଣା ବିଷୟରେ ତଦନ୍ତ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି