Masthead

ଜିଅନ୍ତା ଜଳିଗଲେ ମା-ଝିଅ

କାନପୁର(ବଡ଼ ଖବର ବ୍ୟୁରୋ):  ପୋଲିସ ସାମ୍ନାରେ ପୋଡିଗଲେ ମା-ଝିଅ । ବଞ୍ଚାଇବା ପାଇଁ କେହି ବି ଆସିଲେ ନାହିଁ ଆଗକୁା ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁୂ ମିଳିଛି ଉତ୍ତର ପ୍ରଦେଶର କାନପୁରରେ । ଯାହାର ଏକ ଭିଡିଓ ୟୁପି କଂଗ୍ରେସର ଟ୍ୱିଟର ହ୍ୟାଣ୍ଡେଲରରେ ସେଆର କରାଯାଇଛି। କାନପୁର ଦେହାଟର ମୈଥା ତହସିଲର ମଦୌଲି ପଞ୍ଚାୟତର ଚାହଲା ଗ୍ରାମରେ ଗାଁ ସମାଜର ଜମିରୁ ଅନଧିକାର ପ୍ରବେଶ ହଟାଇବାକୁ ଯାଇଥିବା ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସାମ୍ନାରେ ଝୁମ୍ପୁଡି ଭିତରେ ଜୀବନ୍ତ ପୋଡି ହୋଇଯାଇଛନ୍ତି ମା-ଝିଅ ।

ଉଭୟଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ଘର ମାଲିକ ଏବଂ ରୁରା ଇନ୍ସପେକ୍ଟର ମଧ୍ୟ ଜଳି ଯାଇଥିଲେ। ଉତ୍ତେଜିତ ଲୋକେ ହଙ୍ଗାମା ସୃଷ୍ଟି କରିଥିଲେ। ସେପଟେ ସମାଜବାଦୀ ପାର୍ଟି ଟ୍ୱିଟ କରି କହିଛି, ମୃତକଙ୍କ ପୁଅ ଚିତ୍କାର କରି ପ୍ରଶାସନିକ ଅଧିକାରୀଙ୍କୁ ଦୋଷୀ ବୋଲି କହୁଛି। ଏପରି ଅଧିକାରୀଙ୍କ ଉପରେ ହତ୍ୟା, ହତ୍ୟା ଯୋଜନା, ବଟି ଆଦାୟ କରିବା, ଧମକାଇବା ଆଦି ସଙ୍ଗୀନ ଦଫାରେ କେବେ ମାମଲା ରୁଜୁ କରି ଜେଲ୍‌ ପଠାଇବେ ସରକାର। ସଫା ଅଧ୍ୟକ୍ଷ ଅଖିଳେଇ ଯାଦବ ବି ନିଜ ଟ୍ୱିଟର ହ୍ୟାଣ୍ଡେଲରରେ ଏହି ଟ୍ୱିଟକୁ ଶେଆର କରିଛନ୍ତି। ହେଲେ ନିଜ ସଫେଇରେ ଦେହାତର ପୁଲିସ୍‌ ଅଧିକ୍ଷକ କହିଛନ୍ତି, ପୁଲିସ୍‌ ଟିମ୍‌ ସେଠାକୁ ଜବରଦଖଲ ଉଚ୍ଛେଦ କରିବାକୁ ଯାଇଥିଲା।

ମାତ୍ର ମା’ ଝିଅ ନିଜକୁ ଘରେ କବାଟ ଦେଇ ନିଆଁ ଲଗାଇ ଦେଇଥିଲେ। ମାମଲାର ଯାଞ୍ଚ ଚାଲିଛି। ଏହି ଘଟଣାରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ, ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ । ରାଜ୍ୟ ସରକାର ମନ୍ତ୍ରୀ ପ୍ରତୀ ଶୁକ୍ଲା ମୃତକଙ୍କ ପରିବାରକୁ ଭେଟିବା ପାଇଁ ପହଞ୍ଚିଥିଲେ। ଅନ୍ୟପକ୍ଷରେ, ଆଜି ମା’ ଓ ଝିଅଙ୍କ ମୃତ୍ୟୁ ପରେ କଂଗ୍ରେସର ରାଜ୍ୟ ସ୍ତରୀୟ ପ୍ରତିନିଧି ଦଳ କାନପୁର ଦେହତର ମାଡାଉଲି ଗ୍ରାମରେ ପରିବାର ସଦସ୍ୟଙ୍କୁ ଭେଟିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶସ୍ତା ହେଲା ଇଲିଶି, ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ମାଛ 🔴 ମାଟିରେ ମିଶିବ ୩୩୦ ଘର 🔴 କଲମ୍ବିଆ ଭୂମିକମ୍ପ, ମୃତ୍ୟୁସଂଖ୍ୟା ୧୩୨ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ଶସ୍ତା ହେଲା ଇଲିଶି, ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ମାଛ 🔴 ମାଟିରେ ମିଶିବ ୩୩୦ ଘର 🔴 କଲମ୍ବିଆ ଭୂମିକମ୍ପ, ମୃତ୍ୟୁସଂଖ୍ୟା ୧୩୨ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ