Masthead

୨୧ ବର୍ଷରେ ଖାଲି ଏମଓୟୁ, ଯାହା ଶିଳ୍ପ ଥିଲା ତାହା ବି ବନ୍ଦ..

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ଖଣିଖାଦାନର ଅଭାବ ନାହିଁ । ପ୍ରକୃତି ଆମପାଇଁ ପ୍ରଚୁର ଖଣିଜ ସମ୍ପଦ ରଖିଛି । ଲୁହା, କୋଇଲା, ମାଙ୍ଗାନିଜ, ଅଭ୍ର, ଆଲୁମିନା ପ୍ରଭୃତି ଓଡ଼ିଶାରେ ଅଭାବ ନାହିଁ । ଅଭାବ ଅଛି ଆନ୍ତରିକତାର । ଅଭାବ ଅଛି କାର୍ଯ୍ୟଦକ୍ଷତାର। ସେଇଥିପାଇଁ ଆମ ରାଜ୍ୟରେ ଗୋଟିଏ ପରେ ଗୋଟିଏ କଳକାରଖାନା ବନ୍ଦ ହୋଇଯାଇଛି । କୋଣାର୍କ ଟିଭି ବୁଡିଲା । ଅଏଲ୍ ଓଡ଼ିଶା ବୁଡିଲା । ଇପିଟ୍ରନ୍ ଟାଇମସ୍ ବୁଡିଲା । କୋଣାର୍କ ଝୋଟକଳ ବୁଡିଲା । ଓଟିଏମ୍ ବୁଡିଲା । କଳିଂଗ ଟ୍ୟୁବସ୍ , ଟିପିଏମ୍, ବାରଙ୍ଗ କାଚ କାରଖାନା ବୁଡିଲା ।

ଇଷ୍ଟ କୋଷ୍ଟ ଫର୍ଟିଲାଇଜର, ନୟାଗଡ ଚିନି କାରଖାନା, ବଡମ୍ବା ଚିନି କାରଖାନା, ବରଗଡ ଚିନି କାରଖାନା, ଆସ୍କା ଚିନି କାରଖାନା ବୁଡିଲା । ଏସ୍ ଏନ୍ କର୍ପୋରେସନ୍, ଜେ କେ ସିନ୍ଥେଟିକ୍ସ, ବିଲାତି ଓଡ଼ିଶା ବୁଡିଲା । ହଜାରେ ଦିନରେ ହଜାରେ କୋଟିରେ ହଜାରେ ଶିଳ୍ପ ବୁଡିଲା । ପାର୍ବତୀ ପାୱାରଲୁମ୍, ଜଗତସିଂହପୁର, ବଳଦେବଜୀଉ ପାୱାରଲୁମ୍,କେନ୍ଦ୍ରାପଡା, ମା ବାଉତୀ ପାୱାରଲୁମ୍, ଆଠଗଡ, ମାଣିକେଶ୍ୱରୀ ପାୱାରଲୁମ୍, କଳାହାଣ୍ଡି, ମଧୁନଗର ପାୱାରଲୁମ୍, କଟକ, ଛତିଆ ୱେଭିଂ ମିଲ୍, ଯାଜପୁର, ବରୁଣେଇ ପାୱାରଲୁମ୍, ଖୋର୍ଦ୍ଧା, ବ୍ରହ୍ମପୁର ପାୱାରଲୁମ୍, ଗଂଜାମ, ରାମନଗର ପାୱାରଲୁମ୍, ବରଗଡ, ବାରିପଦା ପାୱାରଲୁମ୍, ତା ସହିତ ୧୩ ଟା ସ୍ପିନିଂ ମିଲ୍ ବୁଡିଲା । ଲେଖିଲେ ଗୋଟାଏ ବହି ହେବ । ଓଡ଼ିଶା ବିକାଶପାଇଁ ସରକାରଙ୍କ ହାତରେ ଆମେ ବର୍ଷକୁ ଦେଉଛୁ ଦେଢଲକ୍ଷ କୋଟି । କ’ଣ ଗୁଜୁରାଟ, କେରଳ,ହାଇଦରାବାଦ, ହରିଆନା, ଛତିଶଗଡ ଯାଇ ଦାଦନ ଖଟିବାକୁ ? ଏ ପଇସା ସବୁଲୋକ ଦେଉଛନ୍ତି, ଗୋଟାଏ ଭ୍ରମ ଧାରଣା ଅଛି ଯେ, କେବଳ ଧନୀ ଲୋକ ସରକାରଂକୁ ଟିକସ ଦିଅନ୍ତି, ତାହା ଭୁଲ୍ କଥା, ଦିନକୁ ୩୦୦ ଟଙ୍କା ରୋଜଗାର ଓ ଖର୍ଚ କରୁଥିବା ମୂଲିଆ ବି ହାରାହାରି ୧୮% ହିସାବରେ ଦିନକୁ ସରକାରୀ ଟ୍ରେଜେରୀକୁ ୫୪ ଟଙ୍କା ଦିଏ । ଜଣେ ରାଷ୍ଟ୍ରନୀତିଜ୍ଞ ତାର ରାଜ୍ୟକୁ ବିକାଶ କରିବାକୁ ଯୋଜନା କରେ, ତାର ଲୋକଙ୍କୁ ରୋଜଗାରକ୍ଷମ କରିବାକୁ ଯୋଜନା କରେ, କେବଳ ଭେଜାଶୂନ୍ୟ ସରକାର ଯୋଜନା କରେ ଭିକ ଦେଇ ଭୋଟ୍ ନେବାକୁ ।

ଟଙ୍କା ତ ଲୋକଙ୍କର, ନବୀନ ଦେଲେ କ’ଣ ? ମୋଦୀ ଦେଲେ କ’ଣ ? କେଉଁଠୁ ଆଣିକି ଦେଲେ ? ବାବୁ ଆମେ ସାଧାରଣ ଲୋକ, ତୁମକୁ ବୁଦ୍ଧିଆ ଭାବି ବିଧାନସଭାକୁ ପଠେଇଛୁ, ବର୍ଷକୁ ଦେଢ ଲକ୍ଷ କୋଟି ଟଙ୍କା ବି ତୁମ ହାତରେ ଦେଉଛୁ, ଲୋକଙ୍କୁ ରୋଜଗାରକ୍ଷମ କରିବାକୁ ଯୋଜନା କରିବା ପାଇଁ, ଆମକୁ ବିପିଏଲ୍ କରି କେରଳ, ମହାରାଷ୍ଟ୍ର, ସୁରଟ, ହାଇଦରାବାଦ, ହରିଆନାକୁ ଦାଦନ ଖଟିବାକୁ ପଠାଇବାକୁ ନୁହେଁ । ଯଦି ଗୋଟାଏ ରାଜ୍ୟରେ ଜେଜେ ବିପିଏଲ୍, ବାପା ବିପିଏଲ୍, ନାତି ବିପିଏଲ୍ ହେବ, ସେ ରାଜ୍ୟରେ ଗୋଟାଏ ନିର୍ବାଚିତ ସରକାର ରହିବ କାହିଁକି ? ସେଠି ତ ରାଷ୍ଟ୍ରପତି ଶାସନ ଜାରି କରିଦେବା କଥା ।

୨୦୦୯ରୁ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟ ସରକାର ବିଭିନ୍ନ ସିଳ୍ପ ସଂସ୍ଥା ସହ ୧୩୫ଟି ଏମଓୟୁ ସ୍ୱାକ୍ଷର କରିଛନ୍ତି । ଏମଓୟୁ ସ୍ୱାକ୍ଷର ସମୟରେ ବହୁ ରଙ୍ଗିନ୍ ସ୍ୱପ୍ନ ରାଜ୍ୟବାସୀଙ୍କୁ ଦେଖାନ୍ତି । ଶିଳ୍ପ ହେବ ଏତେ ଲୋକ ପରୋକ୍ଷରେ ନିଯୁକ୍ତି ପାଇବେ ପ୍ରତ୍ୟକ୍ଷରେ ଏତେ ଲୋକ ରୋଜଗାର ପାଇବେ । ମାତ୍ର କାରଖାନା କାହିଁ? ଛୁଞ୍ଚିଟିଏ ବି ଓଡ଼ିଶାରେ ତିଆରି ହେଉନି । ଚାକିରି ନପାଇ ରାଜ୍ୟରେ ଶହ ଶହ ଯୁବକ ଆତ୍ମହତ୍ୟା କରୁଛନ୍ତି । ୨୦୧୬ ରେ ୨,୨୯୮, ୨୦୧୭ରେ ୨,୪୦୪ , ୨୦୧୮ରେ ୨,୭୪୧ ଓ ୨୦୧୯ରେ ୨,୮୫୧ ଜଣ ଆତ୍ମହତ୍ୟା କରିଛନ୍ତି । ଏକଥା ଆମେ କହୁନୁ ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ