Before Header

ଗୁଣି ତାନ୍ତ୍ରିକକୁ କେନ୍ଦ୍ର କରି ଥାନା ଘେରିଲେ ଗ୍ରାମବାସୀ

0 46

ଆସ୍କା(ବଡ଼ ଖବର ବ୍ୟୁରୋ):ଗଞ୍ଜାମ ଜିଲ୍ଲା ଆସିକା କୋଟନଡା ଗ୍ରାମରେ ଗୁଣି ତାନ୍ତ୍ରିକକୁ କେନ୍ଦ୍ର କରି ଆଜି ଗ୍ରାମବାସୀ ଥାନା ଘେରାଉ କରିଛନ୍ତି । ଗତ ଦେଢ଼ ମାସ ହେଲା ଗ୍ରାମର ଗୋଟିଏ ପରିବାରର ତିନି ଜଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଛି । ସେମାନେ ବିକୃତ ମଣିଷ ପରି ବ୍ୟବହାର ଦେଖାଇବା ସହିତ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ରହିଛନ୍ତି ।

ସ୍ୱାସ୍ଥ୍ୟରେ ଅବନୀତି ସାଙ୍ଗକୁ ରୋଗ ଛାଡୁ ନଥିବା ଅଭିଯୋଗ କରିଛନ୍ତି । ଗୁଣି ଗାରିଡି ଭୟରେ କିଛି ଲୋକ ଗ୍ରାମ ଛାଡି ଚାଲିଯାଇଥିବା ଜଣାପଡିଛି । ଆଜି ଗ୍ରାମର କିଛି ମହିଳାଙ୍କ ଦେହରେ ଭୂତ ପ୍ରେତ ଆସିଥିବା ମଧ୍ୟ ଦେଖାଦେଇଛି । ଏଥିରେ ଗ୍ରାମବାସୀ ଭୟଭୀତ ସାଙ୍ଗକୁ ରାତି ହେଲେ ତାଟି କବାଟ ବନ୍ଦ କରି ରହୁଛନ୍ତି । ଆଜି ଗ୍ରାମରେ ଏକ ବୈଠକ ଡକାଯାଇ ଖଟବିଦ୍ୟା ଆଣିବା ପାଇଁ ଫୁଲବାଣୀ ଓ ବାହାର ରାଜ୍ୟକୁ ଯିବା ପାଇଁ କମିଟି ଗଠନ ହୋଇଛି ।

Leave A Reply

Your email address will not be published.