Masthead

ଚମକିଲେ ମହମ୍ମଦ ସିରାଜ

ଭୁବନେଶ୍ୱର (ବଡ଼ ଖବର): ଚତୁର୍ଥ ଦିନରେ ଚମକିଲେ ମହମ୍ମଦ ସିରାଜ । ଚତୁର୍ଥ ଦିନରେ ୫ଟି ୱିକେଟ ଅକ୍ତିଆର କରି ଭାରତକୁ ଏକ ଆଶା ଦେଇଛନ୍ତି ସିରାଜ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ବିନା ୱିକେଟରେ ୨୧ ରନ ସଂଗ୍ରହ କରିଥିଲା । ଚତୁର୍ଥ ଦିନ ଆରମ୍ଭରୁ କଙ୍ଗାରୁ ଓପନର ଡେଭିଡ ୱାର୍ଣ୍ଣର ଓ ମାର୍କଶ ହାରିସ୍ ଭଲ ଆରମ୍ଭ କରିଥିଲେ । ଉଭୟ ପ୍ରଥମ ୱିକେଟ ପାଇଁ ୮୯ ରନରେ ପାର୍ଟନରସିପ୍ କରିଥିଲେ । ସାର୍ଦ୍ଦୁଲ ଠାକୁର ଭାରତକୁ ଦେଇଥିଲେ ପ୍ରଥମ ଝଟକା । ପ୍ରଥମ ୱିକେଟ ପରେ ଲଗାତର ଭାବରେ ୱିକେଟ ଅକ୍ତିଆର କରି ବ୍ୟାକଫୁଟରେ ରଖିଥିଲା କଙ୍ଗାରକୁ । ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୨୯୪ ରନ କରିଛି । ଭାରତ ପକ୍ଷରୁ ମହମ୍ମଦ ସିରାଜ ୫ଟି, ସାର୍ଦ୍ଦୁଲ ଠାକୁର ୪ଟି ଓ ୱାସିଂଟନ ସୁନ୍ଦର ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ଭାରତକୁ ଏହି ମ୍ୟାଚ ଜିତିବାକୁ ହେଲେ ୩୨୮ ରନର ଆବଶ୍ୟକ । ଅନ୍ୟପଟେ ଚତୁର୍ଥ ଦିନରେ ବର୍ଷା ବାଧକ ସାଜିଛି । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଭାରତ ବିନା ୱିକେଟରେ କରିଛି ୪ ରନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ