Masthead

ବଳଦ କାହାର ? ହେବ ଡିଏନ୍ଏ ଟେଷ୍ଟ

ମୁମ୍ବାଇ: ଏପର୍ଯ୍ୟନ୍ତ ମଣିଷଙ୍କ ଡିଏନଏ ଟେଷ୍ଟ ହେଉଥିବା ଶୁଣିଥିବେ,କିନ୍ତୁ ମହାରାଷ୍ଟ୍ରରେ ଗୋଟିଏ ବଳଦର ଡିଏନ୍ଏ ଟେଷ୍ଟ୍ ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ଗୋଟିଏ ବଳଦ ଉପରେ ମାଲିକାନା ଜାହିରକୁ ନେଇ ବିବାଦ ଦେଖାଦେବା ପରେ,ବଳଦର ଡିଏନଏ ଟେଷ୍ଟ କରାଯିବ ବୋଲି ଜଣାପଡିଛି । ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ମହାରାଷ୍ଟ୍ରର ବୁଲଢାଣା ଅଞ୍ଚଳର ଅଟେ ।

ସୂଚନା ଅନୁସାରେ,ବୁଲଢାଣା ସହରରରେ ସେପ୍ଟେମ୍ବର ୯ ତାରିଖ ରାତିରେ କିଛି ଲୋକ ଗୋଟିଏ ବଳଦକୁ ଟାଣିନେଇଯାଉଥିବା ବେଳେ ସେହି ସମୟରେ ଅନ୍ୟ ଜଣେ ବ୍ୟକ୍ତି ରୋକିବା ସହ ବଳଦକୁ ନିଜର ବୋଲି କହିଥିଲେ । ଏହାକୁ ନେଇ ଘଟଣା ସ୍ଥଳରେ ତୁତୁ ମେମେ ଆରମ୍ଭ ହୋଇଯାଇଥିଲା । ଉଭୟ ବ୍ୟକ୍ତି ବଳକୁ ନିଜର ବୋଲି ଦାବି କରୁଥିବାରୁ ଶେଷରେ କଥା ଥାନାରେ ପହଞ୍ଚିଲା । ପୋଲିସ ମାମଲାର ସମାଧାନ କରିବାକୁ ନେଇ ଶେଷରେ ବଳଦର ଡିଏନଏ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ଅଧିକାରୀ ବଳଦର ଡିଏନଏ ଟେଷ୍ଟ କରିବାକୁ ପଶୁ ବିଭାଗକୁ ଚିଠିଲେଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ