Masthead

ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଗୋପାଳ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା । ୫୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଏହି ଚାର୍ଜସିଟରେ  ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସବୁଠାରୁ ଆଶ୍ଚଯ୍ୟକର ତଥ୍ୟ ହେଉଛି ନବଙ୍କୁ ହତ୍ୟାକରିବା ପାଇଁ ସମ୍ବଲପୁରର ମା’ ସମଲେଇ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲା ଅଭିଯୁକ୍ତ ଗୋପାଳ ।

ଏମିତିକି ସମଲେଇ ମନ୍ଦିରରେ ଲଣ୍ଡା ହୋଇ ନବଙ୍କୁ ମାରିବାର ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ । ନିଜ ଭାଇଙ୍କ ସହ ମନ୍ଦିର ଯାଇ ଶପଥ ନେଇଥିଲା ଗୋପାଳ । ଗୋପାଳ, ନବ ଦାସଙ୍କୁ ହତ୍ୟା କରିବା ପାଇଁ ବାରମ୍ବାର ପ୍ରୟାସ କରିଥିଲା ହେଲେ ସବୁଥର ସେ ବିଫଳ ହୋଇଥିଲା । ପ୍ରଥମ ଥର ପାଇଁ ବ୍ରଜରାଜନଗରରେ ନବଙ୍କୁ ହତ୍ୟା କରିବାକୁ ପ୍ରୟାସ କରିଥିଲା ଗୋପଳା । ସେହିଦିନ ଠାରୁ ଗୋପାଳ ସବୁବେଳେ ନିଜ ସର୍ଭିସ ପିସ୍ତଲରେ ଗୁଳି ଲୋଡ କରି ରଖିଥିଲା ।

ହତ୍ୟାକାଣ୍ଡ ସମ୍ପର୍କରେ ମଧ୍ୟ ଚାର୍ଜସିଟରେ ସମାନ ତଥ୍ୟ ରହିଛି । ନିର୍ବାଚନ ସମୟରେ ଟ୍ରାଫିକ ଡ୍ୟୁଟିରେ ଥିବାବେଳେ ନବ ଓ ତାଙ୍କ ସମର୍ଥକଙ୍କ ଗାଡି ଯାଞ୍ଚ କରିଥିଲେ ଗୋପାଳ । ଏହି ସମୟରେ ନବ ତାଙ୍କୁ ଧମକାଇବା ସହ ଗାଳି ଗୁଲଜ କରିଥିଲେ । ସେହିଦିନଠାରୁ ନିଜ ଜୀବନ ପ୍ରତି ବିପଦ ଥିବା ଭାବି ଏମିତି ହତ୍ୟାକାଣ୍ଡ କରିଥିବା ଚାର୍ଜସିଟରେ ଉଲ୍ଲେଖ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ