Masthead

ସମଲେଇ ପୀଠରେ ନବରାତ୍ରୀ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ପୀଠରେ ନବରାତ୍ରରୁ ଆରମ୍ଭ ହୋଇଛି ଷୋଡ଼ଷ ଉପଚାର ପୂଜା । ମା’ଙ୍କ ନିକଟରେ ଦୀପ ଜାଳିଲେ ମନସ୍କାମନା ପୂରଣ ହେଉଥିବା କାହିଁ କେଉଁ ଆବାହମାନ କାଳରୁ ଲୋକଙ୍କ ମନରେ ବିଶ୍ୱାସ  ରହିଆସିଛି । ଗତକାଲି ମା’ଙ୍କ ମନ୍ଦିରରେ ଦୀପଦାନ କରିବା ଲାଗି ଲାଗିଥିଲା ଭକ୍ତଙ୍କ ଭିଡ଼ । ଆଗାମୀ ବିଜୟା ଦଶମୀ ଯାଏଁ ଏଭଳି ଭକ୍ତଙ୍କ ସମାଗମ ହେବ । କରୋନା କଟକଣାକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ନିୟନ୍ତ୍ରଣ କରାଯାଉଛି ।

ଶାରଦୀୟ ନବରାତ୍ର ପୂଜା ଅବସରରେ ସକାଳ ଚାରିଟାରେ ପହଡ଼ ଖୋଲି ପୂଜା ଆରମ୍ଭ ହୋଇ ୫ଟାରେ ସରିଥିଲା । ସକାଳ ୬ଟାରୁ ଭକ୍ତଙ୍କ ଦ୍ୱାରା ମାନସିକ ଦୀପ ପ୍ରଜଳନ ହୋଇଥିଲା । ପୂଜକମାନେ ଭକ୍ତଙ୍କ ନାମ ଓ ଗୋତ୍ରକୁ ପାଠ କରିବା ପରେ ଦୀପ ଜଳାଯାଇଥିଲା । କରୋନା କଟକଣାକୁ ଦୃଷ୍ଟିରେ ରଖି ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ଼ର ଫେସବୁକ ପେଜରେ ଗତ ଅଗଷ୍ଟ ମାସରୁ ମା’ଙ୍କ ସନ୍ଧ୍ୟା ଆଳତୀ ଲାଇଭ ପ୍ରଦର୍ଶିତ ହେଉଛି । ଭକ୍ତମାନେ ସକାଳେ ଓ ସନ୍ଧ୍ୟାରେ ଭର୍ଚୁଆଲ ଦର୍ଶନ କରୁଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା