Masthead

କ୍ଷୁଧା ମେଣ୍ଟାଉଛି ଘୁଙ୍ଗୁର

ପାରାଦ୍ୱୀପ (ବଡ଼ ଖବର ବ୍ୟୁରୋ): କଥାରେ ଅଛି ଯାହାର ପିନ୍ଧିବାକୁ କାନ ଅଛି ତା’ର ସୁନା ନାହିଁ, ଯାହାର ସୁନା ଅଛି ତା’ର ପିନ୍ଧିବାକୁ କାନ ନାହିଁ । ସେମିତି ଯାହା ପାଖରେ ପ୍ରତିଭା ଅଛି ତାକୁ ସୁଯୋଗ ମିଳୁନି । ଜଗତସିଂହପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ଏକ ଜ୍ୱଳନ୍ତ ଉଦାହରଣ । ରଞ୍ଜନ ମଲ୍ଲିକଙ୍କ ନୃତ୍ୟ ଓ ଗୀତ ସମସ୍ତଙ୍କୁ ମତୁଆଲା କରୁଥିଲେ ସୁଦ୍ଧା ତାଙ୍କୁ ସୁଯୋଗ ମିଳୁନାହିଁ । ପରିବାର ଚଳାଇବା ଲାଗି ବାଧ୍ୟ ହୋଇ ରାସ୍ତାକଡ଼ରେ ନାଚ ଗୀତ କରି ଯାହା ରୋଜଗାର କରୁଛନ୍ତି ସେତିକିରେ ପରିବାର ଚଳୁଛି ।

ବାସୁଦେବ ମଲ୍ଲିକ ଓ ଦୋମାଳିଙ୍କ ସାନପୁଅ ହେଉଛନ୍ତି ରଞ୍ଜନ । ପିଲାଟି ଦିନରୁ କଳା ପ୍ରତି ରହିଛି ଦୁର୍ବଳତା । ଅର୍ଥ ଅଭାବରୁ ତାଙ୍କୁ କୌଣସି ସ୍ଥାନରେ ସୁଯୋଗ ମିଳିନାହିଁ । ମେଲୋଡ଼ି ପାର୍ଟିରେ ନାଚି ଯାହା ରୋଜଗାର କରନ୍ତି ସେତିକିରେ ତାଙ୍କ ପରିବାର ଚଳୁଥିଲା । କରୋନା ମହାମାରୀ ସବୁ ବନ୍ଦ କରିଦେବା ପରେ ନିରୁପାୟ ହୋଇଯାଇଛନ୍ତି ରଞ୍ଜନ । ଶେଷରେ ବାଧ୍ୟ ହୋଇ ପାରାଦ୍ୱୀପ ବସଷ୍ଟାଣ୍ଡ ଓ ମାର୍କେଟରେ ଓଡିଶୀ ନୃତ୍ୟ ପରିବେଶଣ କରୁଛନ୍ତି ରଞ୍ଜନ । କର୍ମବ୍ୟସ୍ତ ଲୋକଙ୍କ ଲାଗି ସେ ସାଜିଛନ୍ତି ମନୋରଞ୍ଜନର ମାଧ୍ୟମ । ଲୋକେ ଯାହା ଦିଅନ୍ତି ସେତିକିରେ ଚଳୁଛି ତାଙ୍କ ପରିବାର ।

ରଞ୍ଜନଙ୍କ ନୃତ୍ୟ ଓ ଗୀତକୁ ସମସ୍ତେ ବେଶ ପ୍ରଂଶସା କରୁଛନ୍ତି । ସୁଯୋଗ ମିଳୁନଥିବାରୁ ବଣମଲ୍ଲି ବଣରେ ଫୁଟି ଝାଉଁଳି ଯାଉଛି । ସରକାରୀ ସହାୟତା ମଧ୍ୟ ରଞ୍ଜନଙ୍କ ଲାଗି ସାତସପନ । ସହାୟତା ମିଳିଲେ ପରିବାର ଭଲରେ ଚଳିପାରନ୍ତା ବୋଲି କହିଛନ୍ତି ରଞ୍ଜନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା