Masthead

ରାଜ୍ୟ ଗଠନର ୬୦ ବର୍ଷ ପରେ ପ୍ରଥମ ଥର ପାଇଁ ମହିଳା ବିଧାୟକ

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ଇତିହାସ । ପ୍ରଥମ ଥର ପାଇଁ ଜିତିଲେ ମହିଳା ପ୍ରାର୍ଥୀ । ରାଜ୍ୟ ଗଠନର ୬୦ ବର୍ଷ ପରେ ପ୍ରଥମ ଥର ପାଇଁ ମହିଳା ପ୍ରାର୍ଥୀ ହେକାନି ଜଖାଲୁ ଜିତିଛନ୍ତି । ନାଗାଲାଣ୍ଡରେ ବିଜେପି ୪୦ ଆସନରେ ଆଗୁଆ ଥିବା ବେଳେ ଏନପିଏଫ ୩ ଏବଂ ଅନ୍ୟଦଳ ୧୭ ଆସନରେ ଆଗୁଆ ରହିଛନ୍ତି। ଦିମାପୁର ତୃତୀୟ ବିଧାନସଭାରୁ ମହିଳା ପ୍ରାର୍ଥୀ ହେକାନି ଜଖାଲୁ ଜିତିଛନ୍ତି। ହେକାନିଙ୍କୁ ଏନଡିପିପି ପକ୍ଷରୁ ପ୍ରାର୍ଥୀ କରାଯାଇଥିଲା।

ସେ ୧୫୩୬ ଭୋଟରେ ଏଲଜେପିର ପ୍ରାର୍ଥୀ ଅଜେତୋ ଜିମୋମିଙ୍କୁ ପରାସ୍ତ କରିଛନ୍ତି। ରାଜ୍ୟରେ ବିଧାନସଭା ନିର୍ବାଚନରେ କେବଳ ଚାରିଜଣ ମହିଳା ପ୍ରାର୍ଥୀ ଟିକେଟ ପାଇଥିଲେ। ହେକାନି ସେମାନଙ୍କ ମଧ୍ୟରୁ ଜଣେ ଥିଲେ। ନିର୍ବାଚନ ସମୟରେ ହେକାନି ପାଇଁ ପ୍ରଚାର କରିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ମଧ୍ୟ ମୁଖ୍ୟମନ୍ତ୍ରୀ ନିଫି ରିଓଙ୍କ ସହ ପହଞ୍ଚିଥିଲେ। ୪୮ ବର୍ଷ ବୟସ୍କ ଏନଡିପିପି ନେତା ହେକାନି ଆଇନ ଅଧ୍ୟୟନ କରିଛନ୍ତି। ସେ ୨୦୧୩ ରେ ସାନ ଫ୍ରାନ୍ସିସ୍କୋ ସ୍କୁଲ ଅଫ ଲ’ରୁ ମାଷ୍ଟର ଅଫ ଲ ଡିଗ୍ରୀ ହାସଲ କରିଥିଲେ। ହେକାନୀଙ୍କର ୫.୫୮ କୋଟି ମୂଲ୍ୟର ସମ୍ପତ୍ତି ଅଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ