Before Header

ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ

0 122

ଆଠଗଡ଼(ବଡ଼ ଖବର ବ୍ୟୁରୋ): ବରିଷ୍ଠ ନାଗରିକ ମାନଙ୍କର ସୁରକ୍ଷା ପାଇଁ ସରକାର ନୂଆ ଆଇନ ପ୍ରଣୟନ କଲେ। ସେମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ଥାନାରେ ସ୍ଵତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଗଲା। ଏକ ସ୍ଵତନ୍ତ୍ର ଡେସ୍କ ଖୋଲାଯାଇ ଏଥିପାଇଁ ଅଧିକାରୀ ନିଯୁକ୍ତି ପାଇଛନ୍ତି। ସୁରୁଖୁରୁରେ କାମ କରିବା ପାଇଁ ଦୁଇଚକିଆ ଯାନ ସହିତ ଏକ ନିର୍ଦ୍ଦିଷ୍ଟ ମୋବାଇଲ ନମ୍ବର ମଧ୍ୟ ଜାରି କରାଗଲା। ଏହି ନମ୍ବରଟି ଚବିଶ ଘଣ୍ଟିଆ ସେବାରେ ଥାଇ ବରିଷ୍ଠ ନାଗରିକ ମାନଙ୍କର ଯେକୌଣସି ଅସୁବିଧାକୁ ଅଭିଯୋଗ ଆକାରରେ ଗ୍ରହଣ କରି ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ତାଲିମ ଦିଆଗଲା।

ଏ ବାବଦରେ ଆଠଗଡ଼ର କିଛି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ମାନଙ୍କୁ ଡାକି ସଚେତନ କରାଯିଵା ସହିତ କୌଣସି ଅସୁବିଧା ହେଲେ ଆଉ କ’ଣ କ’ଣ କରିବା ପାଇଁ ପଡିବ ସେ ବାବଦରେ ପରାମର୍ଶ ମଧ୍ୟ ଦିଆଗଲା। ଏହି ବ୍ୟବସ୍ଥା କୁ ସୁରୁଖୁରୁରେ ଚଳାଇବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଅର୍ଥରାଶି ର ବ୍ୟବସ୍ଥା ମଧ୍ୟ କରାଗଲା।କିନ୍ତୁ ଆଠଗଡ଼ ରେ ଏହାର ସଂପୂର୍ଣ୍ଣ ଓଲଟା ଚିତ୍ର ଦେଖିବାକୁ ମିଳିଛି। ବିଗତ କିଛି ଦିନ ଧରି ଆଠଗଡ଼ ଥାନା ରେ ଥିବା ବରିଷ୍ଠ ନାଗରିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ସେହି ସ୍ଵତନ୍ତ୍ର ନମ୍ବର ଟି କାମ କରୁନାହିଁ। ଫଳରେ ଏହି ନମ୍ବର କୁ ଡାଏଲ କରୁଥିବା ବରିଷ୍ଠ ନାଗରିକ ମାନଙ୍କୁ ହତାଶ ହେବାକୁ ପଡୁଛି। ଏହି ସ୍ଵତନ୍ତ୍ର ନମ୍ବର ୯୪୩୮୯୧୮୭୧୫ କୁ ଫୋନ୍ କଲେ ଏହି ନମ୍ବରଟି କାହାରିକୁ ଦିଆଯାଇ ନାହିଁ କିମ୍ବା ସେବାରେ ନାହିଁ ବୋଲି ଉତ୍ତର ମିଳୁଛି। ତେଣୁ ଏହି ବରିଷ୍ଠ ନାଗରିକମାନେ ଏହି ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ଆଠଗଡ଼ ବରିଷ୍ଠ ନାଗରିକ ମଞ୍ଚ।

ଏ ବାବଦରେ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଆଲୋକ ରଂଜନ ରାୟ ଙ୍କୁ ପଚାରିବାରେ ସେ କୌଣସି ଗାଡ଼ି ଆସିନାହିଁ ବୋଲି କିନ୍ତୁ ଏକ ମୋବାଇଲ ଆସିଛି ବୋଲି କହିଛନ୍ତି। ଏ ସମ୍ପର୍କରେ ଥାନା ଅଧିକାରୀ ମାନେ ଅଧିକୃତ। ତେଣୁ ସେମାନେ ଉତ୍ତରଦାୟୀ ରହିବା କଥା। ଆଠଗଡ଼ ଥାନା ଅଧିକାରୀ ଜ୍ଞାନ ରଞ୍ଜନ ମିଶ୍ର ଙ୍କୁ ପଚାରିବାରେ ସେ ଏହି ସହାୟତା ନମ୍ବର ଟି କାମ କରୁଛି କି ନାହିଁ ସେ ବାବଦରେ ଜାଣିନଥିବା କହିଛନ୍ତି। କିନ୍ତୁ ଏହି କାର୍ୟ୍ୟକ୍ରମ ପାଇଁ ସରକାର ଙ୍କ ତରଫରୁ ଏକ ଦୁଇ ଚକିଆ ଗାଡ଼ି ଯୋଗାଇ ଦିଆଯାଇଥିବା ସ୍ଵୀକାର କରିଛନ୍ତି। ଧିରେ ଧିରେ ଆଠଗଡ଼ ସହରର କଳେବର ବୃଦ୍ଧି ପାଇବାରେ ଲାଗିଛି। ସେହି ଅନୁସାରେ ଜନସଂଖ୍ୟା ସହିତ ଅପରାଧ ର ମାତ୍ରା ବଢୁଛି।ଅଧିକାଂଶ ବରିଷ୍ଠ ନାଗରିକ ମାନେ ଘରେ ଏକୁଟିଆ ରହୁଥିବା ଯୋଗୁଁ ଅପରାଧୀ ମାନଙ୍କ ର ସହଜ ଟାର୍ଗେଟ ହେଉଛନ୍ତି। ଯାହାର କିଛି ନମୁନା ବିଗତ ଦିନରେ ଆଠଗଡବାସୀ ଦେଖି ସାରିଛନ୍ତି। ଏମିତି ସମୟରେ ସରକାରୀ ହେଲ୍ପଲାଇନ ନମ୍ୱରର ଅବସ୍ଥା ଯଦି ଏମିତି ହୁଏ ତେବେ ଏଠାରେ ଦୋଷ କାହାର ବୋଲି ସାଧାରଣରେ ଆଲୋଚନା ଜୋର୍ ଧରିଛି।

Leave A Reply

Your email address will not be published.