Masthead

ଗଞ୍ଜେଇ ବାସ୍ନାରେ ଚହଟୁଛି ନାକଟିଦେଉଳ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ନାକଟିଦେଉଳ ବ୍ଲକ ଅଞ୍ଚଳରେ ଦୀର୍ଘ ବର୍ଷ ପରେ ପୁଣିଥରେ ଗଞ୍ଜେଇ ଚାଷର ବାସ୍ନା ମହକି ଉଠିଛି । ଗତକାଲି ଚଢାଉରୁ ଏହା ଜଣାପଡ଼ିଛି । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଜାମୁଯୋରୀ ପଞ୍ଚାୟତ ତଳନାଳୀ ଗ୍ରାମ ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିଲା । ଖବର ପାଇ ପୋଲିସ, ଅବକାରୀ ବିଭାଗ ଓ ବନ ବିଭାଗ ଅଧିକାରୀ ମିଳିତ ଚଢାଉ କରିଥିଲେ । ଚଢାଉରେ ୪୦ ଡ଼ିସିମିଲ ଜମିରୁ ୨୪୦ ଟି ପରିପକ୍ୱ ଗଞ୍ଜେଇ ଗଛ ପୋଡି଼ ନଷ୍ଟ କରିଦିଆଯାଇଛି । ଏହାର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ରେଢାଖୋଲ ଏସଡିପି଼ିଓଙ୍କ ସହ ନାକଟିଦେଉଳ ଏସଆଇ, ଅବକାରୀ ନିରୀକ୍ଷକ, ରାଇଲ ଫରେଷ୍ଟର ସାମିଲ ଥିଲେ । ଗତ ୨୦୦୦ ମସିହାରୁ ଏହି ଚାଷ ଆରମ୍ଭ ହୋଇ ବିଭିନ୍ନ ଗ୍ରାମକୁ ବ୍ୟାପିଥିଲା । ଲଗାତାର ଚଢାଉ ପରେ ୪ ବର୍ଷ ଏହା ବନ୍ଦ ଥିଲା । ପ୍ରଶାସନ ଆଢୁଆଳରେ ରହି ପୁଣି କିଛି ମାଫିଆ ଏହି ଚାଷ ଆରମ୍ଭ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ