ଜାଣନ୍ତୁ ଆଜି କେଉଁ କେଉଁ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ…

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପୁଣି ଟିକାର ଅଭାବ । ଗୁରୁବାର ୪ ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ । ରାଜ୍ୟରେ ଏବେ ମାତ୍ର ୧ ଲକ୍ଷ ୯୦ ହଜାର ୩୮୦ ଡୋଜ୍‌ କୋଭିସିଲ୍ଡ ଟିକା ରହିଛି । ଗୁରୁବାର ବଲାଙ୍ଗୀର, ବାଲେଶ୍ୱର, ଢେଙ୍କାନାଳ ଓ ସୋନପୁରରେ ଟିକାକରଣ ବନ୍ଦ ରହିବା ସହ ସେସନ୍‌ ସାଇଟ୍‌ ସଂଖ୍ୟା ମଧ୍ୟ ୭୦୩ କୁ କମାଇଛି ସ୍ୱାସ୍ଥ୍ୟ ବିଭାଗ ।

ବୁଧବାର ୧୦୧୫ କେନ୍ଦ୍ରରେ ଟିକାଦାନ ହୋଇଥିବା ବେଳେ ଟିକା ନେଇଛନ୍ତି ୨ ଲକ୍ଷ ୬ହଜାର ୬୧୯ । ୧୮-୪୪ ବର୍ଷ ବୟସର ପ୍ରଥମ ଡୋଜ୍‌ ନେଇଛନ୍ତି ୯୮ ହଜାର ୬୮୭ ଜଣ । ଦ୍ୱିତୀୟ ଡୋଜ୍‌ ନେଇଛନ୍ତି ୨୩୦୬ ଜଣ । ୪୫ ବର୍ଷରୁ ଅଧିକ ବୟସର ୨୩ହଜାର୨ଜଣ ପ୍ରଥମ ଡୋଜ୍‌ ନେଇଥିବା ବେଳେ ୮୨ ହଜାର ୮୪ ଜଣ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି ।

ଏହି ଟିକାକରଣରେ ଉଭୟ କୋଭାକ୍ସିନ୍‌ ଓ କୋଭିସିଲ୍ଡ ନେଇଛନ୍ତି ହିତାଧିକାରୀ । ୮ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍‌ ଓ ୯୩ ଜଣ ସ୍ୱାସ୍ଥ୍ୟକର୍ମୀ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି । ୯୯ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍‌ ନେଇଥିବା ବେଳେ ୩୪୦ ଜଣ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ