Masthead

ଜାଣନ୍ତୁ ଆଜି କେଉଁ କେଉଁ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ…

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପୁଣି ଟିକାର ଅଭାବ । ଗୁରୁବାର ୪ ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ । ରାଜ୍ୟରେ ଏବେ ମାତ୍ର ୧ ଲକ୍ଷ ୯୦ ହଜାର ୩୮୦ ଡୋଜ୍‌ କୋଭିସିଲ୍ଡ ଟିକା ରହିଛି । ଗୁରୁବାର ବଲାଙ୍ଗୀର, ବାଲେଶ୍ୱର, ଢେଙ୍କାନାଳ ଓ ସୋନପୁରରେ ଟିକାକରଣ ବନ୍ଦ ରହିବା ସହ ସେସନ୍‌ ସାଇଟ୍‌ ସଂଖ୍ୟା ମଧ୍ୟ ୭୦୩ କୁ କମାଇଛି ସ୍ୱାସ୍ଥ୍ୟ ବିଭାଗ ।

ବୁଧବାର ୧୦୧୫ କେନ୍ଦ୍ରରେ ଟିକାଦାନ ହୋଇଥିବା ବେଳେ ଟିକା ନେଇଛନ୍ତି ୨ ଲକ୍ଷ ୬ହଜାର ୬୧୯ । ୧୮-୪୪ ବର୍ଷ ବୟସର ପ୍ରଥମ ଡୋଜ୍‌ ନେଇଛନ୍ତି ୯୮ ହଜାର ୬୮୭ ଜଣ । ଦ୍ୱିତୀୟ ଡୋଜ୍‌ ନେଇଛନ୍ତି ୨୩୦୬ ଜଣ । ୪୫ ବର୍ଷରୁ ଅଧିକ ବୟସର ୨୩ହଜାର୨ଜଣ ପ୍ରଥମ ଡୋଜ୍‌ ନେଇଥିବା ବେଳେ ୮୨ ହଜାର ୮୪ ଜଣ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି ।

ଏହି ଟିକାକରଣରେ ଉଭୟ କୋଭାକ୍ସିନ୍‌ ଓ କୋଭିସିଲ୍ଡ ନେଇଛନ୍ତି ହିତାଧିକାରୀ । ୮ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍‌ ଓ ୯୩ ଜଣ ସ୍ୱାସ୍ଥ୍ୟକର୍ମୀ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି । ୯୯ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍‌ ନେଇଥିବା ବେଳେ ୩୪୦ ଜଣ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ