Masthead

କଂଗ୍ରେସର ସବୁ ନିର୍ବାଚନମଣ୍ଡଳୀରେ ଭୋଟ ଅଛି: ନରସିଂହ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଝାରସୁଗଡ଼ା ନିର୍ବାଚନକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । କହିଛନ୍ତି କଂଗ୍ରେସର ସବୁ ନିର୍ବାଚନମଣ୍ଡଳୀରେ ଭୋଟ ଅଛି । ନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ ପ୍ରସ୍ତୁତ । କଂଗ୍ରେସ ଦଖଲରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଥିବା କହିଲେ ଭୁଲ ହେବନି । ନେତାଙ୍କ ପଛରେ ଲୋକ ଯାଆନ୍ତି । ଆଇନଶୃଙ୍ଖଳା ହେବ କଂଗ୍ରେସର ମୁଦ୍ଦା । ଲୋକଙ୍କୁ ସରକାର ସୁରକ୍ଷା ଦେଇପାରୁନାହାନ୍ତି । ଯେଉଁ ଦଳ ସରକାର ଗଠନ କରିଛି ଲୋକଙ୍କୁ ସୁରକ୍ଷା ଦେଇପାରୁନାହିଁଁ । ଦରଦାମ ବୃଦ୍ଧି, ମୁଣ୍ଡପିଛିା ଆୟରେ ଝାରସୁଗୁଡା ୧ ନଂ ।

କିନ୍ତୁ ପିଇବାପାଣି ମିଳୁନି । ଏହି ପ୍ରସଙ୍ଗ ଲୋକଙ୍କ ପାଖରେ ପଂହଁଚିବା ଦରକାର । ଯାହା ଫଳରେ କଂଗ୍ରେସ ଜିତିବ । ସବୁଠାରୁ ବଡ଼ ମୁର୍ଦା ହେବ ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ । ସାରା ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ । ସୁପ୍ରିମକୋର୍ଟଙ୍କ ଅର୍ଡର ମାନୁନାହାନ୍ତି ସରକାର । ତା’ହେଲେ ଆଇନଶୃଙ୍ଖଳା କେମିତି ଅଛି ଅନୁମାନ କରିହେଉଛି । ଶାସକ ଦଳ ଯାହା କଲେ ମାଫ୍ । ମିଥ୍ୟା କେସ ଲଗେଇ ଦିଆଯାଉଛି ବିରୋଧୀଙ୍କ ଉପରେ । ବଲାଙ୍ଗୀର ନକଲି ସାର୍ଟିଫିକେଟ ରେ ଶାସକ ଦଳର ପୂର୍ବତନ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଛି । ଏଥିସହ ସେହି ବ୍ୟକ୍ତିଙ୍କର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସହ ଫଟୋ ଭାଇରଲ ହେଉଛି । ବଲାଙ୍ଗୀର ପୋଲିସ ଚୋର ଧରିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ