Masthead

ସ୍ୱାଧୀନତା ମିଳୁଛି ହେଲେ ସ୍ୱାଧୀନ ନାହାନ୍ତି ଟ୍ରାନ୍ସଜେଣ୍ଡର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶର ତୃତୀୟ ଲିଙ୍ଗଙ୍କୁ ମିଳୁଛି ସ୍ୱାଧୀନତା । ଧୀରେ ଧୀରେ ସରକାର ଲୋକମାନଙ୍କ ମନରୁ ଘୃଣ୍ୟମନୋଭାବକୁ କରୁଛନ୍ତି ଦୂର । ଯେମିତି ସରକାର କହିଛନ୍ତି ପୁଅ ଝିଅ ସବୁ ସମାନ ସେମିତି ତୃତୀୟ ଲିଙ୍ଗକୁ ଏହି ଲିଷ୍ଟରେ ସାମିଲ କରୁଛନ୍ତି । ସବୁ କ୍ଷେତ୍ରରେ ତାଙ୍କୁ ଦିଆଯିବ ସ୍ୱାଧୀନତା । ପୂର୍ବରୁ ପ୍ରାୟତଃ ଲୋକମାନେ ଟ୍ରାନ୍ସଜେଣ୍ଡରଙ୍କୁ ଦେଖିଲେ ମନରେ ଘୃଣା ଭାବ ସୃଷ୍ଟି ହେଉଥିଲା । ହୋଇପାରେ ଏବେ ବି ସେହି ମନୋଭାବ ଲୋକଙ୍କ ମନରେ ଜାଗ୍ରତ ହେଉଥିବ । ହେଲେ ପୂର୍ବପରି ସେତେଟା ଆସୁ ନଥିବ । କାହିଁକିନା ସବୁ କ୍ଷେତ୍ରରେ ସାମିଲ ହୋଇପାରିବେ ଏମାନେ । ନିକଟରେ ବାଂଲାଦେଶରେ ଜଣେ ଟ୍ରାନ୍ସଜେଣ୍ଡର ଏକ ନ୍ୟୁଜ ଚ୍ୟାନେଲରେ ନ୍ୟୁଜ ପଢୁଥିବାର ନଜର ଆସିଛନ୍ତି । ସେହିଭଳି ଏବେ ତୃତୀୟ ଲିଙ୍ଗ ମଧ୍ୟ ଆମ ଭାରତର ରାଜନୀତିରେ ପ୍ରବେଶ କରିପାରିବେ, ବମ୍ବେ ହାଇକୋର୍ଟରେ ଏନେଇ ଏକ ଘୋଷଣା କରାଯାଇଛି । ପଂଚାୟତ ଇଲେକ୍ସନରେ ମହିଳା ପ୍ରାର୍ଥୀ ଭାବେ ଲଢିବେ ଟ୍ରାନ୍ସଜେଣ୍ଡର ।

ଖାଲି ଏତିକି ନୁହେଁ ..ଏହି ତୃତୀୟ ଲିଙ୍ଗ ଏବେ ସାଧାରଣ ଜନତାଙ୍କୁ ସୁରକ୍ଷା ଦେବେ । ସୀମରେ ଯବାନ ଭାବେ ନଜର ଆସିବେ ଏହି ତୃତୀୟ ଲିଙ୍ଗ । ସେପଟେ ଦେଶରେ ପ୍ରଥମ ଥର ଛତିଶଗଡ ସରକାର ୧୩ ଟ୍ରାନ୍ସଜେଣ୍ଡରଙ୍କୁ ଚୟନ କରିଛନ୍ତି, ଯେଉଁ ମାନଙ୍କୁ ଦିଆଯାଉଛି ତାଲିମ୍ । ସେହିପରି ଅନେକ ବିଭାଗରେ ତୃତୀୟ ଲିଙ୍ଗଙ୍କୁ ଦିଆଯାଉଛି ଗୁରୁତ୍ୱ, ରାଜନୀତି ହେଉ ଅବା ମଡେଲିଂ । ଆଜି ବି ଏଭଳି ମଡେଲ ଅଛନ୍ତି ଯିଏ କି ଟପ୍ ମେଡଲ ଲିଷ୍ଟରେ ଆସୁଛନ୍ତି । ନିଜର ରୋଜଗାର ପନ୍ଥା ନଥିବାରୁ ଏମାନେ ଆପଣାଇ ନେଇଥିଲେ ବସ ଷ୍ଟପ୍,ଷ୍ଟେସନରେ ଥିବା ଲୋକଙ୍କ ହାତକୁ । ହେଲେ ସରକାର ତାଙ୍କ ଭାଗ୍ୟ ବଦଳାଇବାରେ ସହାୟକ ହୋଇଛନ୍ତି ।

ତେବେ ଏତେ ସବୁ ପରେ ବି କ’ଣ ଲୋକଙ୍କ ମନରେ ବଦଳିବ ସେହି ମନୋଭାବ । ଆଜି ବି ବସ୍ ଷ୍ଟାଣ୍ଡ, ଟ୍ରାଫିକ ଛକ,ଷ୍ଟେସନ, ଟ୍ରେନରେ ଏମାନେ ଯେତେବେଳେ ଲୋକଙ୍କ ପାଖକୁ ଆସନ୍ତି, ଲୋକମାନେ ଏମାନଙ୍କୁ ଦେଖି ଘୃଣ୍ୟ ଚାହାଣିରେ ଚାହିଁଥାନ୍ତି । କ’ଣ ପାଇଁ ଏଭଳି ଚିନ୍ତା ଲୋକଙ୍କ ମନରେ ଆସୁଛି, ଯେତେବେଳେ ସରକାର କହିଛନ୍ତି ସଭିଏଁ ସମାନ । ସରକାରଙ୍କର ଏତେ ସବୁ ଚେଷ୍ଟା ପାଣିରେ ମିଶିଯାଉନି ତ ? ତେବେ ଦେଖାଯାଉ ସରକାରଙ୍କର ଏହି କୋସିସ କେତେଦିନ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ! 🔴 ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ 🔴 ଆଜି ବି ପ୍ରବଳ ବର୍ଷିବ 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ୩ ଦିନ ଯାଏ ରହିବ କାଳବୈଶାଖୀ ପ୍ରଭାବ 🔴 ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ 🔴 ଟ୍ରମ୍ପଙ୍କ ଧମକ ପରେ ଅଚେତ ହୋଇଗଲେ ମୋଜତାବା ଖାମେନେଇ 🔴 ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ! 🔴 ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ 🔴 ଆଜି ବି ପ୍ରବଳ ବର୍ଷିବ 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ୩ ଦିନ ଯାଏ ରହିବ କାଳବୈଶାଖୀ ପ୍ରଭାବ 🔴 ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ 🔴 ଟ୍ରମ୍ପଙ୍କ ଧମକ ପରେ ଅଚେତ ହୋଇଗଲେ ମୋଜତାବା ଖାମେନେଇ 🔴 ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି