Masthead

ମହାପଞ୍ଚାୟତ ମଞ୍ଚରେ ଏକାଠି ହେବେ ନରେଶ ଓ ରାକେଶ ଟିକାୟତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୁଦ୍ଧରେ ଆନ୍ଦୋଳନ ତେଜିବାରେ ଲାଗିଛି । ଏହି ଆନ୍ଦୋଳନକୁ ଆହୁରି ମଜଭୁତ କରିବା ପାଇଁ ସେପ୍ଟେମ୍ବର ୫ ତାରିଖରେ ମୁଜାଫରନଗରର ଜିଆଇସି ଗ୍ରାଉଣ୍ଡରେ କୃଷକ ମହାପଞ୍ଚାୟତ ଅନୁଷ୍ଠିତ ହେବାକୁ ଯାଉଛି । ସରକାର ଠାରୁ ଆରମ୍ଭ କରି ଦେଶର ବିରୋଧୀ ଦଳ ପର୍ଯ୍ୟନ୍ତ ସମସ୍ତେ ଏହି ଆନ୍ଦୋଳନ ଉପରେ ନଜର ରଖିଛନ୍ତି ।

ହେଲେ ପ୍ରଥମଥର ପାଇଁ ମହାପଞ୍ଚାୟତ ମଞ୍ଚରେ ଏକାଠି ଦେଖାଦେବେ ବି.କେ.ୟୁର ରାଷ୍ଟ୍ରୀୟ ସଭାପତି ନରେଶ ଟିକାୟତ ଏବଂ ଜାତୀୟ ମୁଖପାତ୍ର ରାକେଶ ଟିକାୟତ । ଅନ୍ୟପଟେ ସାରା ଦେଶରୁ ୩୦୦ରୁ ଅଧିକ ସକ୍ରିୟ ସଂଗଠନ ମହାପଞ୍ଚାୟତରେ ସାମିଲ ହେବେ ବୋଲି ସୂଚନା ମିଳିଛି । ଯେଉଁଠି ପ୍ରାୟ ୬୦ଟି କୃଷକ ସଂଗଠନ ରହିଥିବା ବେଳେ ଅନ୍ୟଗୁଡିକରେ ଶ୍ରମିକ, ଛାତ୍ର, ଶିକ୍ଷକ, ଅବସରପ୍ରାପ୍ତ ଅଧିକାରୀ ମହିଳା ଇତ୍ୟାଦି ସାମିଲ ହେବେ ବୋଲି ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ