Masthead

ନାହିଁ ନାହିଁରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର

ନର୍ଲା (ବଡ଼ ଖବର ବ୍ୟୁରୋ): ନାହିଁ ନାହିଁରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର । ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଭୂର୍ଟିଗଡ ପଞ୍ଚାୟତର ମେର୍ଡି କୁପା ଗାଁରୁ। ରାଜ୍ୟରେ ଅପପୃଷ୍ଟି ରୋକିବା ପାଇଁ ରାଜ୍ୟ ସରକାର ପରିବାର୍ ଓ ଶିଶୁ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ପ୍ରସୂତି ଓ ଗର୍ଭବତୀ ମହିଳା ଏବଂ କୁନି କୁନି ପିଲାଙ୍କ ପାଇଁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେଇଥାନ୍ତି ।

ତାସହିତ ପ୍ରତିଦିନ ଅଙ୍ଗନୱାଡି ଦିଦି କୁନି କୁନି ପିଲାମାନଙ୍କ ଅନ୍ତର୍ନିହିତ ବିକାଶ ପାଇଁ ପ୍ରଶିକ୍ଷଣ ଦେବା ସରକାରୀ ନିୟମ ଥିବା ବେଳେ ଅଧିକାଂଶ ସମୟ ଅଙ୍ଗନୱାଡି ଦିଦି ଅନୁପସ୍ଥିତ ରହୁ ଥିବାରୁ କୁନି କୁନି ପିଲା ପ୍ରଶିକ୍ଷଣରୁ ବଞ୍ଚିତ ହୋଇ କେବଳ ଭୋଜନ କରି ଘରକୁ ଫେରୁ ଥିବା ପ୍ରକାଶ କରିଛନ୍ତି। ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥା ରେ ପଡିଛି । ସେଥି ପାଇଁ ସ୍କୁଲ୍ ଘରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର । ନୂତନ ଘର ନିର୍ମାଣ ଆରମ୍ଭ ହୋଇଛି କିନ୍ତୁ ଆଜି ଯାଏଁ ସମ୍ପୂର୍ଣ୍ଣ ହୋଇ ନାହିଁ । ବ୍ଲକ୍ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଏହି ଅଙ୍ଗନୱାଡି କେନ୍ଦ୍ରର ସମସ୍ୟାର ତୁରନ୍ତ ସମାଧାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ