Masthead

ଚନ୍ଦ୍ରପୃଷ୍ଠରେ ଜାତୀୟ ପ୍ରତୀକ ଓ ଇସ୍ରୋ ଲୋଗୋର ଛାପ ଛାଡିବ ‘ପ୍ରଜ୍ଞାନ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ସଫ୍ଟ ଲ୍ୟାଣ୍ଡିଂ ପରେ ଆଗମୀ ୧୪ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ । ୧୪ ଦିନ ଯାଏଁ ତଥ୍ୟ ଦେବେ ବିକ୍ରମ ଓ ପ୍ରଜ୍ଞାନ । ଦକ୍ଷିଣ ମେରୁରେ ପାଦ ରଖିବା ପରେ ସେଥିରୁ ତଳକୁ ସିଢି ଲମ୍ବିଥିଲା । ଏହି ବାଟ ଦେଇ ତଳକୁ ଗଡି ଆସିଥିଲା ୬ ଚକିଆ ରୋଭର ପ୍ରଜ୍ଞାନ । ଏହାର ଓଜନ ୨୬ କିଲୋଗ୍ରାମ, ଲମ୍ବ ୯୧.୭ ସେଣ୍ଟିମିଟର, ଓସାର ୭୫ ସେଣ୍ଟିମିଟର ଏବଂ ଉଚ୍ଚତା ୩୯.୭ ସେଣ୍ଟିମିଟର । ୧୪ ଦିନ ଯାଏଁ ଗଡିବା ବେଳେ ଚନ୍ଦ୍ରପୃଷ୍ଠରେ ଜାତୀୟ ପ୍ରତୀକ ଓ ଇସ୍ରୋ ଲୋଗୋର ଛାପ ଛାଡିବ ।

ଲ୍ୟାଣ୍ଡରରେ ଲାଗିଥିବା ୩ଟି ପେ’ଲୋଡ ବା ଯନ୍ତ୍ରାଂଶ ଚନ୍ଦ୍ରପୃଷ୍ଠର ତାପପରିବହନ କ୍ଷମତା, କମ୍ପନ ଓ ଚନ୍ଦ୍ରପସ୍ତ୍ର ନିକଟରେ ଥିବା ପ୍ଲାଜମା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ । ସେହିପରି ରୋଭରରେ ଲାଗିଥିବା ୨ଟି ଯନ୍ତ୍ରାଂଶ ଚନ୍ଦ୍ରପୃଷ୍ଠର ରାସାୟନିକ ଓ ଖଣିଜ ସରଂଚନା ଯାଂଚ କରିବା ସହିତ ସେଠାରେ ଥିବା ମାଟି ପଥରର ମୌଳିକ ଗଠନ ପରଖିବ । ରୋଭର ତଥ୍ୟ ସଂଗ୍ରହ କରି ଲ୍ୟାଣ୍ଡରକୁ ପଠାଇବ ଏବଂ ଲଣ୍ଡର ନିଜର ଏବଂ ରୋଭରର ତଥ୍ୟକୁ ଚନ୍ଦ୍ରଯାନ-୨ର ଅର୍ବିଟର ମାଧ୍ୟମରେ ଇସ୍ରୋକୁ ପଠାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ