Masthead

ସୁକିନ୍ଦା ରାସ୍ତା ମରାମତି ପାଇଁ ଅତିରିକ୍ତ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): ଯାଜପୁର ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦା ମୁଖ୍ୟ ରାଜପଥ ୫୩ର ତୁରନ୍ତ ମରାମତି ନିମନ୍ତେ ସ୍ଥାନୀୟ ଜନ ଜାଗରଣ ମଞ୍ଚ ପକ୍ଷରୁ ସୁକିନ୍ଦା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ସୁକିନ୍ଦା ମୁଖ୍ୟ ରାଜପଥ ଅଧପାନ୍ତରିଆ ହୋଇ ପଡ଼ି ରହିଥିବାରୁ ରାଜପଥରେ ବଡ ବଡ ଖାଲ ମାନ ହୋଇଅଛି ।

ସେହି ଖାଲ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇ ବହୁ ପଥଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ପଙ୍ଗୁ ହୋଇଯାଇଥିବା ଜଣାଯାଏ । ବର୍ଷା ଦିନ ସମୟରେ ସୁକିନ୍ଦା ରାଜପଥ ମଧ୍ୟରେ ଥିବା ଖାଲରେ ବହୁ ଯାତ୍ରୀବାହି ବସ ଓ ଅନ୍ୟ ଗାଡି ଗୁଡିକ ଫସି ରହି ବହୁ ପଥଚାରୀ ହଇରାଣ ହେଉଥିବା ଦେଖିବାକୁ ମିଳିଛି ।

ଏନେଇ ସୁକିନ୍ଦା ମୁଖ୍ୟ ରାଜପଥକୁଏନ୍ଏଚ୍ କର୍ତ୍ତୃପକ୍ଷ ତୁରନ୍ତ ମରାମତି ନିମନ୍ତେ ସୁକିନ୍ଦା ଜନ ଜାଗରଣ ମଞ୍ଚ ପକ୍ଷରୁ ବୁଧବାର ଦିନ ସୁକିନ୍ଦା ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଅଛି । ଯଦି ୭ ଦିନ ମଧ୍ୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସୁକିନ୍ଦା ରାଜ ପଥରେ ଥିବା ତୃଟିପୂର୍ଣ୍ଣ କାର‌୍ୟ୍ୟକୁ ମରାମତି ନକରନ୍ତି ତେବେ ସୁକିନ୍ଦା ଜନଜାଗରଣ ମଞ୍ଚ ପକ୍ଷରୁ ରାଜପଥକୁ ଅବରୋଧ କରାଯିବା ନିମନ୍ତେ ଚେତାବନୀ ଦିଆଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’