Before Header

‘ଧୋତି’ ଥିଓରି ଆଗରେ ମାଡ଼ ଖାଇଲା ‘ଲୁଙ୍ଗି’ ଥିଓରି

0 1,257

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗି ଭିଡିଓ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଗଠନମୂଳକ ମନ୍ତବ୍ୟ ଦେଲେ । ହେଲେ ଏହି ମନ୍ତବ୍ୟକୁ ବିଜେଡି ଯେଭଳି ଗ୍ରହଣ କଲା ତାହା ଦେଖି ଲାଗୁଛି ବିଜେଡି ନେତାମାନେ ଧରିନେଇଛନ୍ତି ସୋମନେ ବ୍ରହ୍ମା । ଯାହା ବିଳିବିଳେଇଲେ ତାହା ବେଦ । ଲୋକମାନେ ଗ୍ରହଣ କରିନେବେ । ହେଲେ ଧର୍ମେନ୍ଦ୍ରଙ୍କ ଧୋତି ଆଗରେ ବିଜେଡି ନେତାଙ୍କ ଏଭଳି ଅହଂକାରକୁ ଲୋକେ ଗ୍ରହଣ କଲେ ନାହିଁ । ଓଡ଼ିଶା ଭଳି ରାଜ୍ୟରେ ନିର୍ବାଚନୀ ପ୍ରସଙ୍ଗ କ’ଣ ହେବା ଦରକାର । ଯେଉଁ ପ୍ରସଙ୍ଗଗୁଡ଼ିକ ନିର୍ବାଚନରେ ଉଠିବା କଥା ସେସବୁ ଯଦି ଉଠେ ତା’ହେଲେ କାହାକୁ କ୍ଷତି ହେବ । ଏକଥା ସମସ୍ତେ ଜାଣିଛନ୍ତି ବିରୋଧୀଙ୍କୁ ଚକମା ଦେବାକୁ ଏବଂ ଜନତାଙ୍କୁ ବିଭ୍ରାନ୍ତ କରିବାକୁ ଅନେକ ସମୟରେ ଅପ୍ରସଙ୍ଗକୁ ମୁଖ୍ୟ ପ୍ରସଙ୍ଗ କରି ଲାଭ ଉଠାଏ ବିଜୁ ଜନତା ଦଳ ।

ମୂଳ କଥାରୁ ନଜର ହଟାଇବାକୁ ଓ ବିରୋଧୀଙ୍କୁ ଦିଶାହୀନ କରିବାକୁ ବିଭିନ୍ନ ସମୟରେ ଏଭଳି ରଣନୀତି ଆପଣାଇଥାଏ ବିଜେଡି । ଏଥର ଏମିତି ଏକ ରଣନୀତି ଥିଲା ‘ଲୁଙ୍ଗି’ । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ‘ଧୋତି’ ଥିଓରି ଆଗରେ ‘ଲୁଙ୍ଗି’ ଏମିତି ମାଡ଼ ଖାଇଲା ଯେ ବିଜେଡି ନେତା କଥା ଆଗକୁ ବଢ଼ାଇଲେ ନାହିଁ । ଅତି ସିଆଣିଆ ହେବା ଚକ୍କରରେ ଦଳ ଯେ କ୍ଷତି ସହିଲା ସେମାନେ ବୁଝି ପାରିଲେ ବୋଲି ଆଉ ସେ କଥା ଉଠାଉ ନାହାନ୍ତି । କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓ ଭାଇରାଲ୍ କଲା ବିଜେଡି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଦୁଇ ହାତରେ ଦୁଇଟି ସୋଲ ଶଙ୍ଖ ଧରି ଅପିଲ୍ କରୁଛନ୍ତି ନିର୍ବାଚନରେ ଯୋଡ଼ି ଶଙ୍ଖକୁ ଭୋଟ୍ ଦେବା ପାଇଁ । ତେବେ ମୁଖ୍ୟମନ୍ତ୍ରୀ ଭିଡିଓରେ ଲୁଙ୍ଗି ପିନ୍ଧିଥିବା ଦେଖିବାକୁ ମିଳିଥିଲା ।

ଯାହା ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା । ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ଅଛି । ଏଭଳି ଲୁଙ୍ଗି ପିନ୍ଧି ଭିଡିଓ କରାଇବା ଠିକ୍ ହୋଇନାହିଁ । ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ପ୍ରତି ତାଙ୍କୁ ପରିଚାଳନା କରୁଥିବା ଲୋକମାନଙ୍କ ଦାୟିତ୍ୱବୋଧ ରହିବା ଉଚିତ୍ । ଧର୍ମେନ୍ଦ୍ର ଅତ୍ୟନ୍ତ ଗଠନମୂଳକ ଭାବରେ ନିଜର ମନ୍ତବ୍ୟ ରଖିଲେ । ହେଲେ ଏହି ମନ୍ତବ୍ୟକୁ ଓଲଟା ଭାବରେ ଗ୍ରହଣ କଲା ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗି ଭିଡିଓକୁ ଯଥାର୍ଥ ବୋଲି କହିବାକୁ ଯାଇ ‘ଲୁଙ୍ଗି’କୁ ଓଡ଼ିଆ ସଂସ୍କୃତି ସହ ଯୋଡ଼ିବାକୁ ଲାଗିଲେ ।

ଲାଗିଲା ଯେମିତି ୨୫ ବର୍ଷ କ୍ଷମତାର ଅହଂକାରରେ ବିଜେଡି ନେତାମାନେ ନିଜକୁ ବ୍ରହ୍ମା ଭାବି ନେଇଛନ୍ତି । ସେମାନେ ବିଳିବିଳେଇଲେ ବି ବେଦ ବୋଲି ଧରି ନେଇଛନ୍ତି । ଯେତେବେଳେ ବିଜେଡି ନେତା ଲୁଙ୍ଗିକୁ ଓଡ଼ିଆ ସଂସ୍କୃତି ବୋଲି ଦାବି କରୁଥିଲେ ଠିକ୍ ସେତିକି ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ଧୋତି ଫଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଅନେକ ଲୋକ ଧୋତି ପିନ୍ଧି ବିଜେଡିର ଲୁଙ୍ଗିକୁ ଜବାବ ଦେଇଥିଲେ । ପରିସ୍ଥିତି ଏମିତି ହୋଇଥିଲା ଲୁଙ୍ଗି ପିନ୍ଧି ପ୍ରେସ୍ମିଟ୍ କରିଥିବା ମୁଖପାତ୍ରମାନେ ଆଉ ଦେଖା ଦର୍ଶନ ଦେଇନଥିଲେ ।

Leave A Reply

Your email address will not be published.