Before Header

ତାଇୱାନରେ ବଡ଼ ଧରଣର ଅଗ୍ନିକାଣ୍ଡ; ୪୬ ଜଣଙ୍କ ମୃତ୍ୟୁ

0 29

ବଡ଼ ଖବର ବ୍ୟୁରୋ: ତାଇୱାନର ଏକ ୧୩ ମହଲା ବିଶିଷ୍ଟ ବିଲଡିଂରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୪୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବାର ସୂଚନା ମିଳିଛି । ତେବେ ରାତି ପ୍ରାୟ ୩ଟି ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏହା ପରେ ୫୫ ଜଣଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ସେଥିମଧ୍ୟରୁ ୧୪ ଜଣଙ୍କର ମୃତ୍ୟୁ ଘଟିଥିଲା ।

ହେଲେ ବର୍ତ୍ତମାନ ସୁଦ୍ଧା ଏହି ମୃତ୍ୟୁ ସଂଖ୍ୟା ୪୬ରେ ପହଞ୍ଚିଛି । ଅନ୍ୟପଟେ ଘଟଣାସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ସେପଟେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅଗ୍ନିକାଣ୍ଡର ମୂଳ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।

Leave A Reply

Your email address will not be published.