Masthead

ଦିନେ ଥିଲେ ମାଓବାଦୀ, ଆଜି ତେଲେଙ୍ଗାନାର ମନ୍ତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିନ ଥିଲା, ଯେତେବେଳେ ସେ ହାତରେ ବନ୍ଧୁକ ଧରିଥିଲେ । ମାଓ ନେତାଙ୍କ ଇସାରାରେ ସାଧାରଣ ଜନତାଙ୍କ ମଧ୍ୟରେ ଖେଳାଉଥିଲେ ଆତଙ୍କ । କିନ୍ତୁ ଏବେ ସେ ମନ୍ତ୍ରୀ । ରାଜ୍ୟର ଶାସନ କଳରେ ସେ ଜଣେ ମୁଖ୍ୟ ଅଂଶ । କଥାଟି ନିଶ୍ଚିତ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ । ତେଲେଙ୍ଗାନାର ନବ ନିର୍ବାଚିତ ମନ୍ତ୍ରୀମାନଙ୍କ ମଧ୍ୟରେ ଥିବା ଦାନା ଅନସୂୟା । ଦିନେ କୁଖ୍ୟାତ ମାଓବାଦୀ ଭାବେ ପରିଚୟ ହାସଲ କରିଥିଲେ । ଲୋକେ ତାଙ୍କ ନାଁ ଶୁଣିଲେ ଭୟରେ ଥରୁଥିଲେ । କିନ୍ତୁ ସମୟ ବଳଦିଲା । ଆଉ ସେ ସାମିଲ ହେଲେ ସମାଜର ମୁଖସ୍ରୋତରେ । ପ୍ରଥମେ ଓକିଲ ହେଲେ ଅନସୂୟା । ନିକଟରେ ଶେଷ ହୋଇଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ସେ କଂଗ୍ରେସ ଟିକେଟରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ । ଆଉ ବିଜୟୀ ହୋଇଥିଲେ ମଧ୍ୟ । ବିଧାୟକ ଭାବେ ଲୋକଙ୍କ ଭରସା ଜିତିବା ପରେ ଅନସୂୟାଙ୍କ ପଲିଟିକାଲ କ୍ୟାରିଅରରେ ଯୋଡି ହେଲା ଆଉ ଏକ ଅଧ୍ୟାୟ । ତାଙ୍କୁ ରାଜ୍ୟ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଲା । ବିଧାୟକ ଭାବେ ଶପଥ ନିର୍ବାଚିତ ହେବା ପରେ ରେଭନ୍ତ ରେଡ୍ଡୀଙ୍କ ନେତୃତ୍ୱ କଂଗ୍ରେସ ସରକାରରେ ଗୁରୁବାର ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତେବେ ତାଙ୍କ ଜୀବନୀ ବିଷୟରେ ଆଲୋଚନା କଲେ ତାଙ୍କୁ ଲୋକେ ସୀତାକ୍କା ନାଁରେ ମଧ୍ୟ ବେଶ ଭଲ ଭାବେ ଜାଣନ୍ତି ।

୫୨ ବର୍ଷୀୟ ଏହି ମହିଳା ମନ୍ତ୍ରୀ ମୁଲୁଗ ଆସନରୁ ବିଜୟୀ ହୋଇଛନ୍ତି । କୋୟା ଆଦିବାସୀ ସମ୍ପ୍ରଦାୟରୁ ଆସୁଥିବା ଏହି ସୀତାକ୍କା କିଶୋରୀ ଅବସ୍ଥାୁର ହିଁ ମାଓବାଦୀ ଓ ମାଓ ସଂଗଠନ ସହ ଜଡିତ ହୋଇଥିଲେ । ଖାଲି ଜଡିତ ହୋଇଥିଲେ ତାହା ନୁହେଁ, ସଶସ୍ତ୍ର ବାହିନୀରେ ନେତୃତ୍ୱ ମଧ୍ୟ ନେଇଥିଲେ । ୧୬ ବର୍ଷ ଧରି ସେ ମାଓବାଦୀ ଥିଲେ । ବହୁ ହିଂସାକାଣ୍ଡରେ ମଧ୍ୟ ସଂପୃକ୍ତ ଥିଲେ । ପରେ ମନ ପରିବର୍ତ୍ତନ କରି ହିଂସାର ପଥ ଛାଡ଼ି ଅନସୂୟା ମୁଖ୍ୟସ୍ରୋତରେ ହୋଇଥିଲେ ସାମିଲ । ଆତ୍ମସମର୍ପଣ କରିବା ପରେ ସେ ଜନତାଙ୍କ ସେବାରେ ଲାଗିଥିଲେ । ରାଜନୀତିରେ ଯୋଗ ଦେଇ ସେ ଅପହଞ୍ଚ ଇଲାକାରେ ପହଞ୍ଚି ଲୋକଙ୍କ ସେବା କରିଥିଲେ । ଏଥିପାଇଁ ଦୁଇ ଥର ବିଧାୟକ ହେବା ସହିତ ଆଜି କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି ଅନସୂୟା ସୀତାକ୍କା । ହଜାର ହଜାର ଲୋକଙ୍କ ଉପସ୍ଥିତିରେ ସୀତାକ୍କା ଏଲବି ଷ୍ଟାଡିୟମରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ନେବାକୁ ତାଙ୍କ ନାଁ ଡକାଯିବା ମାତ୍ରେ ସେ ପୂରା ଭାବବିହ୍ୱଳ ହୋଇଯାଇଥିଲେ । ସେ ଷ୍ଟେଜ ଆଡ଼କୁ ଯିବା ବେଳେ କରତାଳିରେ ପୂରା ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। ସେ ଏହାକୁ କିଛି ସମୟ ଛିଡ଼ା ହୋଇ ଉପଭୋଗ କରିଥିଲେ । ସମସ୍ତଙ୍କୁ ହାତ ଯୋଡ଼ି ଧନ୍ୟବାଦ ଜଣାଇଥିଲେ । ଶେଷରେ ରାଜ୍ୟପାଳ ତାମିଲସାଇ ସୌନ୍ଦରାଜନ ତାଙ୍କୁ ଶପଥ ପାଠ କରିବାକୁ କହିଥିଲେ । ତେବେ ମାଓବାଦୀରୁ ମନ୍ତ୍ରୀର ଏହି ଯାତ୍ରା ଅନ୍ୟମାନଙ୍କ ପାଇଁ କୌଣସି ଉଦାହରଣଠାରୁ କମ ନୁହେଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି