Masthead

ମୁଁ ମୋ ଦରମାରେ ଚଳେ, ଭଡା ଘରେ ଚଳେ: ଶଶିଭୂଷଣ ବେହେରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ନୋଟ ବନ୍ଦୀକୁ ନେଇ ପ୍ରତିକ୍ରିୟା ରଖିଲେ ପୁର୍ବତ୍ତନ ଅର୍ଥମନ୍ତ୍ରୀ ତଥା ବିଜେଡି ବିଧାୟକ ଶଶିଭୂଷଣ ବେହେରା । କହିଛନ୍ତି କେନ୍ଦ୍ର ସରକାର ଭାରତ ବର୍ଷର ଅସ୍ଥିରତା ସୃଷ୍ଟି କରୁଛନ୍ତି । ପୁଣି ଥରେ ନୋଟ ବନ୍ଦୀ ଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି । ୨୦୦୦ ଟଙ୍କାକୁ ବନ୍ଦ କରି ଦେବା ଦ୍ୱାରା ଅସ୍ଥିରତା ସୃଷ୍ଟି ହୋଇଛି । ବିଶେଷ କରି ମଧ୍ୟବିତ୍ତ ଓ ମହିଳା ମାନେ ଯେଉଁମାନେ କିଛି ସଞ୍ଚୟ କରିଥିଲେ ସେମାନେ ଅଧିକ ପ୍ରଭାବିତ ହେବେ ।

ପ୍ରଚଳନ ବେଳେ ୟାକୁ ଚିନ୍ତା କରିବାର ଥିଲା । ଆଉ ନୋଟ ବନ୍ଦୀ ଦ୍ୱାରା କେତେ ୫୦୦ ଓ ୧୦୦୦ ଟଙ୍କାର ନୋଟ ଫେରିଥିଲା ତାହା କେନ୍ଦ୍ର ସରକାର କହିବା ଦରକାର । ୨୦୦୦ ଟଙ୍କାକୁ ବନ୍ଦ କରି କଳା ଟଙ୍କାକୁ ରୂପାନ୍ତରିକରଣ କରିବାର ବ୍ୟବସ୍ଥା ହେଉଛି ବୋଲି ଆଶଙ୍କା ହେଉଛି । ପୂର୍ବ ସୂଚନାରେ କେହି ଜମି କିଣି ଦେଉଛନ୍ତି ଓ ସୁନା କିଣି ଦେବା ଭଳି ଘଟଣା ବି ଘଟୁଛି । ତେଣୁ ଏ ଦିଗରେ କେନ୍ଦ୍ର ସରକାର ସ୍ପଷ୍ଟ ନୀତି ଆଣିବା ଦରକାର । ମୁଁ ମୋ ଦରମାରେ ଚଳେ ଭଡା ଘରେ ଚଳେ । ମୋ ପାଖରେ ୨୦୦୦ ଟଙ୍କିଆ ନୋଟ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ