Masthead

ନୟାଗଡ଼ ପଲିଟିକ୍ସ: ପ୍ରତ୍ୟୁଷା ନା ଅରୁଣ

ନୟାଗଡ଼  (ବଡ଼ ଖବର ବ୍ୟୁରୋ): ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ନୟାଗଡ ନିର୍ବାଚନ ମଣ୍ଡଳୀରେ ଦ୍ୱିମୁଖୀ ଲଢେଇ ହେବା ସମ୍ଭାବନା ଅଧିକ । ନିର୍ବାଚନ ପରେ କଂଗ୍ରେସର ପରାଜିତ ପ୍ରାର୍ଥୀ ଉଭାନ୍ ହୋଇ ଯାଉଥିବା ବେଳେ ବିଜେଡିକୁ ବଜେପି ଟକ୍କର ଦେବେ ବୋଲି ଚର୍ଚ୍ଚା ହେଉଛି । ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ନୟାଗଡ଼ । କନ୍ଧମାଳର ପୂର୍ବତନ ସାଂସଦ ତଥା ବିଜେପିର ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ନୟାଗଡ଼ର ରାଣୀ । ସେ ଦଳର ସଂଗଠନ ମଜଭୁତ କରିବାରେ ଲାଗିପଡିଛନ୍ତି । ନିର୍ବାଚିତ ହେଲେ ନୟାଗଡ଼ରେ ଆଖିଦୃଶିଆ ଉନ୍ନତି ହେବ ବୋଲି କହୁଛନ୍ତି । ୨୦୧୯ରେ ବିଜେଡି ପ୍ରାର୍ଥୀ ଅରୁଣ ସାହୁଙ୍କ ଠାରୁ ବିଜେପି ପ୍ରାର୍ଥୀ ଇରାନୀ ରାୟ ମାତ୍ର ୧୪ ହଜାର ଭୋଟରେ ପରାଜିତ ହୋଇଥିଲେ ।

୨୦୨୪ରେ ସେହି ଭୋଟକୁ ନିଜ ସପକ୍ଷକୁ ଆଣିବା ପାଇଁ ସଂଗଠନକୁ ମଜବୁତ୍ କରାଯାଉଛି ବୋଲି ପ୍ରତ୍ୟୁଷାଙ୍କ ସମର୍ଥକମାନେ କହୁଛନ୍ତି । ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ମନୋଜ କୁମାର ସାହୁ ମାତ୍ର ୪,୮୦୦ ଭୋଟ ପାଇ ଶୋଚନୀୟ ପରାଜୟ ବରଣ କରିଥିଲେ । ୨୦୨୪ରେ ସେ ପ୍ରାର୍ଥୀ ହେବେ ବୋଲି ଆଶାବାଦୀ ଅଛନ୍ତି । ବିଧାୟକ ଡ.ଅରୁଣ କୁମାର ସାହୁ ଦଳୀୟ ସଂଗଠନକୁ ଠିକ୍ ରଖିଥିବା ବେଳେ ବିକାଶକୁ ପ୍ରାଧାନ୍ୟ ଦେଉଥିବା ତାଙ୍କ ସମର୍ଥକମାନେ କହିବୁଲୁଛନ୍ତି । ଆଗାମୀ ନିର୍ବାଚନରେ ସେ ବିଜେଡିରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ