Masthead

ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି

କଟକ(ବଡ଼ ଖବର ବ୍ୟୁରୋ): ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବକ ଉତ୍କଣ୍ଠା । ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି । ଏହି ମ୍ୟାଚରେ ବାରବାଟୀ ଷ୍ଟାଡିୟମ୍‌ରେ ପ୍ରଥମ ଥର ଓପନ୍‌ କନସର୍ଟ ଅନୁରୂପ ଅନୁଭୂତି ନେବେ ଦର୍ଶକ । ଭାରତରେ ଇଡେନ୍ ଗାର୍ଡେନ୍ ପରେ ଦ୍ଵିତୀୟ ଷ୍ଟାଡିୟମ୍ ଭାବେ ବାରବାଟୀରେ ଡିଏମ୍ଏକ୍ସ ଲାଇଟିଂ ସିଷ୍ଟମ ଆରମ୍ଭ ହେବ । ଏହି ସିଷ୍ଟମ ମାଧ୍ୟମରେ ସମସ୍ତ ୮ ଫ୍ଲଡ୍‌ଲାଇଟ୍‌ ଗୁଡ଼ିକ ଗୋଟିଏ ସଫ୍ଟୱେର ସହିତ ଯୋଡ଼ିହେବେ । କଣ୍ଟ୍ରୋଲ୍‌ ରୁମରୁ ଲାଇଗୁଡ଼ିକୁ ବନ୍ଦ ଓ ଆରମ୍ଭ କରାଯିବା ଭଳି ବ୍ୟବସ୍ଥା ରହିବ ।

ଖେଳ ଆରମ୍ଭ ପୂର୍ବରୁ ଓ ଇନିଂସ ମଝିରେ ମ୍ୟୁଜିକ୍‌ର ତାଳେତାଳେ ଲାଇଟ୍‌ଗୁଡ଼ିକ ଧପଧପ୍ ହେବ। ଏଥିସହ ଦର୍ଶକମାନଙ୍କୁ ଲାଇଟ୍‌ରେ ବିଭିନ୍ନ ଲେଖା ପ୍ରଦର୍ଶନ କରାଯାଇ ମନୋରଂଜନ ଯୋଗାଇବା ଭଳି ଯୋଜନା କରାଯାଇଛ । ଏହି ଲାଇଟକୁ ପରୀକ୍ଷାମୂଳକ ଭାବେ ଡେମୋ ପ୍ରଦର୍ଶନ କରାଯାଇଥିଲା । ତେବେ ମ୍ୟାଚ୍ ପାଇଁ ଜାରୀ ହେଲା ଟ୍ରାଫିକ୍ କଟକଣା । ଏହି ଦୁଇ ଦିନ ଖେଳ ଓ ଖେଳାଳିମାନଙ୍କୁ ଦେଖିବାକୁ ବାରବାଟୀ ଷ୍ଟାଡିୟମ୍ ଓ ଏହାର ଆଖପାଖରେ ପ୍ରବଳ ଜନସମାଗମ ହେବ । ଏଣୁ କଟକ କମିସନରେଟ୍ ପୁଲିସ ପକ୍ଷରୁ କିଛି ରାସ୍ତାରେ କଟକଣା ଜାରି କରାଯାଇଛି । ୮ ତାରିଖ ଦିନ ଅଭ୍ୟାସ ପାଇଁ ମଧ୍ୟାହ୍ନ ୧୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଓ ୯ ତାରିଖ ସକାଳ ୮ଟାରୁ ମଧ୍ୟରାତ୍ରି ୧୨ଟା କିମ୍ବା ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ।

ମାତାମଠ ପଟୁ ମହାନଦୀ ରିଂ ରୋଡ୍‌ରେ ଆସୁଥିବା ସମସ୍ତ ଯାନବାହନ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିବେ । କେବଳ ପାସ୍ ଥିବା ଗାଡ଼ି ବାଉଁଶ ଗଡ଼ାରେ ଯାଇ ଉପର ବାଲିଯାତ୍ରା ପଡ଼ିଆରେ ଗାଡ଼ି ରଖିବେ । ହାୱଡ଼ା ମୋଟର ଛକ ଏବଂ ମଣିସାହୁ ଛକ ଆଡୁ ଆସୁଥିବା ଗାଡ଼ି ଗୀର୍ନାର ହୋଟେଲ୍ ଛକରୁ ସିଧା ମଧୁସୂଦନ ଛକ ଆଡ଼କୁ ଯାଇ ପାରିବେ ନାହିଁ । ସେହି ଗାଡ଼ି ପୁରୁଣା ଲ’ ହଷ୍ଟେଲ୍ ଛକ ଦେଇ ମହାନଦୀ ରିଂ ରୋଡ଼୍ରେ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ରଖିବେ । କେବଳ ପାସ୍ ଥିବା ଗାଡ଼ି ବ୍ୟତୀତ ଅନ୍ୟ କୌଣସି ଗାଡ଼ି ବିଜୁ ପଟ୍ଟନାୟକ ଛକ କିମ୍ୱା ଚଣ୍ଡୀ ଛକ ଆଡୁ ବାରବାଟୀ ଷ୍ଟାଡିୟମ୍ ଆଡ଼କୁ ଯାଇପାରିବେ ନାହିଁ । ସେମାନେ ତଳ ବାଲିଯାତ୍ରା ପଡ଼ିଆରେ ଗାଡ଼ି ପାର୍କିଂ କରିବେ । କୌଣସି ଗାଡ଼ି ଆନନ୍ଦ ଭବନ ଛକରୁ ବାରବାଟୀ ଦୁର୍ଗ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବେନି । ସେମାନେ କ୍ୟାଣ୍ଟନମେଣ୍ଟ୍ ଥାନା ଛକ ଦେଇ ତଳ ବାଲିଯାତ୍ରା ପଡ଼ିଆରେ ଗାଡ଼ି ରଖିବେ । ସମାଜ ଅଫିସ୍ ଛକ ଆଡୁ ଆସୁଥିବା ଗାଡ଼ି ମଧ୍ୟରୁ ପାସ୍ ଥିବା ଗାଡ଼ି ବ୍ୟତୀତ ଅନ୍ୟ କୌଣସି ଗାଡ଼ି ହନୁମାନ ମନ୍ଦିର ଛକରୁ ସିଧା ମଧୁସୂଦନ ଷ୍ଟାଚ୍ୟୁ ଆଡ଼କୁ ଯାଇ ପାରିବେନି ।

ଓଡ଼ିଶା କ୍ରିକେଟ୍ ଏକାଡ଼େମୀ ପଡ଼ିଆରେ ଗାଡ଼ି ପାର୍କିଂ କରିବାକୁ ପାସ୍ ଥିଲେ ସେମାନେ ୱାଇଏମ୍‌ସିଏ ରାସ୍ତା ଓ ଲାୟନ୍ସ ଚକ୍ଷୁ ଚିକିତ୍ସାଳୟ ଦେଇ ଗାଡ଼ିକୁ ପାର୍କିଂ କରି ପାରିବେ । ରିଜର୍ଭ ପୁଲିସ୍ ଲାଇନ୍ ଆଡୁ ଆସୁଥିବା ଗାଡ଼ି ଓଡ଼ିଶା ପୁଲିସ ସଂଘ କାର୍ଯ୍ୟାଳୟରୁ ବାରବାଟୀ ଷ୍ଟାଡିୟମ୍ ଆଡ଼କୁ ଯାଇ ପାରିବେ ନାହିଁ । ପାସ୍ ଥିବା ଯାନ ବ୍ୟତୀତ କୌଣସି ଗାଡ଼ି ମଧୁସୂଦନ ଷ୍ଟାଚ୍ୟୁ ଛକରୁ ଓ ଲାୟନ୍ସ ଆଇ ହସ୍ପିଟାଲ୍ ଛକରୁ କିଲ୍‌ଖାନା ରାସ୍ତା ଦେଇ ବାରବାଟୀ ଷ୍ଟାଡିୟମ୍ ଆଡ଼କୁ ଯାଇ ପାରିବେ ନାହିଁ । ସେମାନେ ମହାନଦୀ ରିଂ ରୋଡ଼ରେ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିବେ । ୯ ତାରିଖ ଦିନ ମହାନଦୀ ଓ କାଠଯୋଡ଼ି ରିଂ ରୋଡ଼ ଏବଂ ସହର ମଧ୍ୟରେ ସକାଳ ୮ଟାରୁ ରାତ୍ର ୨ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ବନ୍ଦ ରହିବ । ସେହିପରି ୮ ତାରିଖ ଅଭ୍ୟାସ ବେଳେ ମହାନଦୀ ରିଂ ରୋଡ୍ ଯଥା ଚହଟା ଛକ ଓ ଶିଖରପୁର ଛକରୁ ବାଉଁଶ ଗଡ଼ା ପର୍ଯ୍ୟନ୍ତ ଦିନ ୧୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ