Masthead

ବିଶ୍ୱର ସବୁଠୁ ଧନୀ ସହର ନ୍ୟୁୟର୍କ, ରହିଛନ୍ତି ୩ଲକ୍ଷ କୋଟିପତି, ୫୮ ଅରବପତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିଶ୍ୱର ସବୁଠୁ ଧନୀ ସହର ନ୍ୟୁୟର୍କ । ଏହି ସହରରେ ଅଛନ୍ତି ୩ଲକ୍ଷ କୋଟିପତି, ୫୮ ଅରବପତି । ଗ୍ଲୋବାଲ ୱେଲଥ ଟ୍ରାକର ହେନଲେ ଆଣ୍ଡ ପାର୍ଟନର୍ସ ଅନୁସାରେ ଏହି ସହରରେ ବିଶ୍ୱର ସର୍ବାଧିକ ୩ ଲକ୍ଷ ୪୦ହଜାର କୋଟିପତି ବସବାସ କରୁଛନ୍ତି । ତେଣୁ ଏହି ସହରକୁ ବିଶ୍ୱର ସବୁଠୁ ଧନୀ ସହର ଭାବେ ପରିଚୟ ହୋଇଛି । ନ୍ୟୁୟର୍କ ପରେ ସବୁଠୁ ଧନୀ ସହର ତାଲିକାରେ ଟୋକିଓ ଏବଂ ସେନ୍ ଫ୍ରାନ୍ସିକୋ ସ୍ଥାନ ପାଇଛନ୍ତି । ତେବେ ଏହି ୨ ସହରରେ ଯଥାକ୍ରମେ ୨ ଲକ୍ଷ ୯୦ ହଜାର ୩୦୦ ଏବଂ ୨୫ହଜାର କୋଟିପତି ବସବାସ କରୁଛନ୍ତି ।

ଦୁନିଆର ୯ ଦେଶର ୯୭ ସହରକୁ ନେଇ ବିଶ୍ୱର ଧନୀ ତାଲିକା ପ୍ରସ୍ତୁତ କରାଯାଇଛି । ଆଫ୍ରିକା, ଅଷ୍ଟ୍ରେଲିଆ, ସିଆଇଏସ, ପୂର୍ବ-ଏସିଆ, ୟୁରୋପ, ମିଡିଲ-ଇଷ୍ଟ, ଉତ୍ତର ଆମେରିକା, ଦକ୍ଷିଣ ଏସିଆ ଏବଂ ଦକ୍ଷିଣ-ପୂର୍ବ ଏସିଆ ଇତ୍ୟାଦିର ୯୭ ସହର ଏହି ତାଲିକାରେ ସାମିଲ ହୋଇଛନ୍ତି । ତେବେ ଧନୀ ସହର ତାଲିକାରେ ଆମେରିକାର ନ୍ୟୁୟର୍କ, ଦ ବେ ଏରିଆ, ଲସ୍ ଏବଂ ଶିକାଗୋ ୪ଟି ସହର ସହିତ ଟପ୍ ରେ ରହିଛି । ଏହାବ୍ୟତୀତ ଚୀନର ଦୁଇଟି ସହର ବିଜିଙ୍ଗ ଏବଂ ଶଙ୍ଘାଇ ମଧ୍ୟ ଏଥିରେ ସ୍ଥାନ ପାଇଛି । ତେବେ ଲଣ୍ଡନ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ସିଙ୍ଗାପୁର ପଞ୍ଚମରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ