Masthead

ନିକି ଯାଦବ ହତ୍ୟା ମାମଲା, ସାହିଲଙ୍କ ବାପା ସମେତ ୫ ଗରଫ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ନିକି ଯାଦବଙ୍କ ହତ୍ୟା ମାମଲାର ଚାଲିଛି ତଦନ୍ତ । ଲିଭ-ଇନ୍‌ରେ ରହୁ ନ ଥିଲେ, ଆର୍ୟ୍ୟ ସମାଜରେ ବିବାହ ବି କରିଥିଲେ ନିକ୍କି ଓ ସାହିଲ । ପୁଲିସ୍‌ ଉଭୟଙ୍କ ବିବାହ ପ୍ରମାଣପତ୍ର ବି ଜବତ କରି ସାରିଛି। ତେବେ ଏହି ମାମଲାରେ ଶନିବାର ଦିଲ୍ଲୀ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ସାହିଲ ଗେହଲୋଟଙ୍କ ବାପା ବିରେନ୍ଦ୍ର ସିଂ, ଭାଇ ଆଶିଷ ଏବଂ ନବୀନ, ବନ୍ଧୁ ଲୋକେଶ ଏବଂ ଅମରଙ୍କୁ ନିକିଙ୍କୁ ହତ୍ୟା କରିବାରେ ସହଯୋଗ କରିଥିବା ଅଭିଯୋଗରେ ଗିରଫ କରିଛି। ସୂଚନା ଅନୁସାରେ ନବୀନ ନୂଆଦିଲ୍ଲୀ ପୋଲିସର ଜଣେ କନଷ୍ଟେବଳ ବୋଲି ଜଣାପଡିଛି।

ସ୍ବତନ୍ତ୍ର ସିପି ରବିନ୍ଦର ଯାଦବ କହିଛନ୍ତି, ପୋଲିସ ହେପାଜତରେ ରିମାଣ୍ଡ ସମୟରେ ସାହିଲଙ୍କୁ ପଚରାଉଚରା କରାଯାଇଥିଲା। ନିକିଙ୍କୁ କିପରି ହତ୍ୟା କରିଥିଲେ ଏବଂ ହତ୍ୟାକାଣ୍ଡରେ କେଉଁମାନେ ସମ୍ପୃକ୍ତ ଥିବା ନେଇ ସାହିଲ ସବୁ କହିଥିଲେ। ଏହାପରେ ଘଟଣାରେ ସମ୍ପୃକ୍ତ ଥିବା ସାହିଲଙ୍କ ବାପା, ଦୁଇ ଜ୍ୱାଇଁ, ଆଶିଷ ଏବଂ ନବୀନ ଏବଂ ଦୁଇ ବନ୍ଧୁ ଅମର ଏବଂ ଲୋକେଶଙ୍କୁ ପଚରାଉଚରା କରାଯାଇଥିଲା। ଏହାପରେ ଆଜି ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ