Masthead

ବିହାରରେ ଆଜିଠୁ ପୁଣି ନୀତୀଶ ସରକାର

ବିହାର (ବଡ଼ ଖବର ବ୍ୟୁରୋ): ବିହାରରେ ଆଜିଠୁ ପୁଣି ନୀତୀଶ ସରକାର । ୧୦ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର । ଆଜି ପାଟନାର ଗାନ୍ଧୀ ମଇଦାନରେ ସେ ୧୦ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ। ତାଙ୍କ ସହ ଅନ୍ୟ ୨୨ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି। ବିଧାୟକ ଦଳ ବୈଠକରେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧରୀ ନେତା ନିର୍ବାଚିତ ହୋଇଛନ୍ତି। ସେହିପରି ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନାଙ୍କୁ ଉପନେତା ବଛାଯାଇଛି। ତେଣୁ ଉଭୟେ ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇପାରନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେତେଜଣ କେନ୍ଦ୍ରମନ୍ତ୍ରୀ, ବିଜେପି ଏବଂ ଏନଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପାଟନାରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଶପଥ ପାଠ ଉତ୍ସବରେ ୨ଲକ୍ଷରୁ ଅଧିକ ଜନତା ସମାଗମ ହେବାର ରହିଛି । ଚଳିତ ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟ ଏକ ପାଖିଆ ବିଜୟ ହାସଲ କରିଛି । ୧୦ମଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀଭାବେ ପୁଣି ଦାୟିତ୍ବ ସମ୍ଭାଳିବେ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା । ନୀତିଶଙ୍କ ଶପଥ ଗ୍ରହଣ ପାଇଁ ଗାନ୍ଧୀ ମଇଦାନରେ ପ୍ରସ୍ତୁତି ଶେଷ ହୋଇଛି । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରୀୟ ନେତାଙ୍କ ସମେତ ୧୫୦ ଅତିଥିଙ୍କ ପାଇଁ ୨ଟି ମଞ୍ଚ ନିର୍ମାଣ କରାଯାଇଛି ।

ସେମାନଙ୍କ ସ୍ୱାଗତ ପାଇଁ ସମଗ୍ର ବ୍ୟବସ୍ଥାକୁ ଚୂଡ଼ାନ୍ତ ରୂପ ଦିଆଯାଇଛି । ରାଜଭବନ ତରଫରୁ ସମସ୍ତ ବିଶିଷ୍ଠ ଅତିଥିମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଭୋଜିର ବ୍ୟବସ୍ଥା କରାଯାଇଛି । ଅତିଥିମାନଙ୍କ ରହିବା ପାଇଁ ପାଟନା ସହରର ବିଭିନ୍ନ ହୋଟେଲରେ ପ୍ରାୟ ୨୬୦ଟି ରୁମ୍ ପୂର୍ବରୁ ବୁକ୍ କରାଯାଇଛି । ଭିଆଇପି ଲାଉଞ୍ଜ, ସୁରକ୍ଷା ବ୍ୟବସ୍ଥା ଏବଂ ସାଧାରଣ ଦର୍ଶକଙ୍କ ବସିବା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ଗାନ୍ଧୀ ମୈଦାନର ସୁରକ୍ଷା ଦାୟିତ୍ୱ ଏସପିଜି ଦ୍ୱାରା ନିଆଯାଇଛି । ୨,୫୦୦ ରୁ ଅଧିକ ସୁରକ୍ଷାକର୍ମୀ, ୨୫୦ ପୁଲିସ ଅଧିକାରୀ ଏବଂ ୨୫୦ରୁ ଅଧିକ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି । ସଭା ସ୍ଥଳ ଚାରିପାଖରେ ଥିବା ଉଚ୍ଚ କୋଠାରେ ସ୍ନାଇପରମାନଙ୍କୁ ମୁତୟନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ