Masthead

ଫଣ୍ଡିଂର କୌଣସି ସମସ୍ୟା ନାହିଁ: ଅଜୟ କୁମାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସୁଚରିତା ମହାନ୍ତି ଟିକେଟ ଫେରାଇବା ନେଇ ଅଜୟ କୁମାରଙ୍କ ବଡ଼ ବୟାନ । କହିଛନ୍ତି ପ୍ରାର୍ଥୀ ବଦଳାଇବା ଜାଣି ସେ ଟିକେଟ ଫେରାଇଲେ ସୁଚରିତା । ପୁରୀରେ ପ୍ରାର୍ଥୀ ବଦଳାଇଥାନ୍ତୁ କିନ୍ତୁ ସେ ଆଗରୁ ଜାଣିପାରି ଫେରାଇଲେ । ପ୍ରାର୍ଥୀ ବଦଳାଇବା ପାଇଁ ଆମେ ଚିଠି ଲେଖି ଅନୁରୋଧ କରିଥିଲୁ । ସେ ଆହୁରି ମଧ୍ୟ କହିଛନ୍ତି ଆଜି କି କାଲି ଭିତରେ ପୁରୀରୁ ନୂଆ ପ୍ରାର୍ଥୀ ଘୋଷଣା ହୋଇଥାନ୍ତା । ଏକଥା ସେ ପୂର୍ବରୁ ଜାଣିପାରି ଫେରାଇଛନ୍ତି । ନିଜ ଚିଠି ଭାଇରାଲ କରିଛନ୍ତି । ଫଣ୍ଡିଂର କୌଣସି ସମସ୍ୟା ନାହିଁ, ପାର୍ଟି ଫଣ୍ଡିଂ କରିଥାନ୍ତା ।

ଟିକେଟ୍ ଫେରାଇଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି । ଏନେଇ ସେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ଇମେଲ ପଠାଇଛନ୍ତି । ତେବେ ମୁଖ୍ୟତଃ ସେ ଦୁଇଟି କାରଣ ପାଇଁ ଟିକେଟ୍ ଫେରାଇଥିବା କହିଛନ୍ତି । ପ୍ରଥମତଃ ପୁରୀର ବିଭିନ୍ନ ବିଧାନସଭା ଆସନରେ ଦଳ ଦୁର୍ବଳ ପ୍ରାର୍ଥୀ ଦେଇଛି । ଏବଂ ଦ୍ୱିତୀୟରେ ପ୍ରଚାର ପାଇଁ ଦଳ ପକ୍ଷରୁ କୌଣସି ଫଣ୍ଡିଂ ଦିଆଯାଉନାହିଁ । ବିନା ଫଣ୍ଡିଙ୍ଗରେ କ୍ୟାମ୍ପେନିଙ୍ଗ ସମ୍ଭବ ନୁହେଁ ବୋଲି କହିଛନ୍ତି ସୁଚରିତା । ତେଣୁ ସେ ନିଜ ଟିକେଟ୍ ଫେରାଉଛନ୍ତି ବୋଲି ଇମେଲରେ ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି