Masthead

ସରିଲା ନାମାଙ୍କନ, ଜମିବ ପ୍ରଚାର

ପିପିଲି (ବଡ଼ ଖବର ବ୍ୟୁରୋ): ସରିଲା ପିପିଲି ଉପନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ । ୩ ପ୍ରମୁଖ ଦଳର ପ୍ରାର୍ଥୀ ଭରିଛନ୍ତି ନାମାଙ୍କନ । ଏଥର ହୋଇପାରେ ପିପିଲିରେ ତ୍ରୀମୁଖି ଲଢେଇ । ବିଳମ୍ବରେ ହେଲେ ମଧ୍ୟ କଂଗ୍ରେସ ଗତଥରର ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କୁ ରିପିଟ କରିଛି । ଅଜିତ ଆଜି ପୁରୀ ଏଡିଏମଙ୍କ ଅଫିସକୁ କର୍ମୀଙ୍କ ସହ ଯାଇ ଭରିଥିଲେ ନାମାଙ୍କନପତ୍ର । ଅନ୍ୟପଟେ ରିପିଟ କାର୍ଡ ମଧ୍ୟ ଖେଳିଛି ଜାତୀୟ ଦଳ ବିଜେପି । ସ୍ୱଳ୍ପ ଭୋଟରେ ହାରିଥିବା ଦଳର ଆଶ୍ରିତ ପଟ୍ଟନାୟକଙ୍କୁ ପୁଣି ଲଗାଯାଇଛି ରେସରେ । ଆଶ୍ରିତଙ୍କ ଲାଗି ୩୦ ଜଣିଆ ଷ୍ଟାର କମିଟି ବି ଗଢା ହୋଇଛି ।

ସେହିପରି ରାଜ୍ୟ ବିଜେଡି ଯୁବ ଚେହେରାଙ୍କୁ ଦେଇଛି ଗୁରୁତ୍ୱ । ମା’ଙ୍କ ବଦଳରେ ପୁଅର ନାଁରେ ବିଜେଡି ସୁପ୍ରିମୋ ମାରିଥିଲେ ମୋହର। ଫଳରେ ଦିବଂଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପଙ୍କୁ ମିଳିଥିଲା ଟିକେଟ । ଆଜି ରୁଦ୍ର ବିଭିନ୍ନ ମନ୍ତ୍ରୀ, ସାଂସଦ ଓ ନେତାଙ୍କୁ ସାଙ୍ଗରେ ନେଇ ପୁରୀ ଏଡିଏମଙ୍କ ଅଫିସରେ ଭରିଥିଲେ ନାମାଙ୍କନ ପତ୍ର । କହିଛନ୍ତି ବାପାଙ୍କ ଅଧୁରା କାମକୁ କରିବେ ଶେଷ । ବାପାଙ୍କ ଠାରୁ ଆଶ୍ରିତ ପଟ୍ଟନାୟକ ୨୦୧୯ରେ ହାରିଥିଲେ । ଏବେ ପୁଅ ସହ ଆଶ୍ରିତ ହେବେ ସାମ୍ନାସାମ୍ନି । କଣ ରହିବ ନିର୍ବାଚନ ସ୍ଥିତି । ସମାନ ଅବସ୍ଥା ଏଥିର ଭୋଗିବେ କି ଆଶ୍ରିତ । ନାଁ ବାପାର ବଦଲା ପୁଅଠୁ ନେବାକୁ ତାଙ୍କୁ ମିଳିଛି ସୁଯୋଗ । ଏନେଇ ଆଶ୍ରିତ ଓ ରୁଦ୍ର ଉଭୟ ପିପିଲି ବାସୀଙ୍କ ଠାରୁ ମାଗିଛନ୍ତି ସହଯୋଗ ।

ତ୍ରୀମୁଖି ପ୍ରତି ଯୋଗିତାକୁ ନେଇ ଦିନକୁ ଦିନ ସରଗରମ ହେବାରେ ଲାଗିଛି ପିପିଲି ଉପନିର୍ବାଚନ । ୩ ତାରିଖରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ । ପରେ ଜମିବ ପ୍ରଚାର କାର୍ଯ୍ୟ । ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା ଆଜି । ଏନେଇ ପୁରୀ ଏଡିଏମଙ୍କ ଅଫିସରେ ଲାଗିଥିଲା ପ୍ରାର୍ଥୀଙ୍କ ଭିଡ । ପିପିଲି ପାର୍ଟି ଅଫିସରୁ ପୁରୀ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ଜନଗଣନା କର୍ମୀଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ 🔴 ଟ୍ରମ୍ପ ବଢ଼ାଇଲେ ସିଜ୍‌ଫାୟାର 🔴 ଖରା ନେଇ ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ 🔴 ପହଲଗାମ୍ ଆତଙ୍କୀ ହମଲାକୁ ବର୍ଷେ 🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ଜନଗଣନା କର୍ମୀଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ 🔴 ଟ୍ରମ୍ପ ବଢ଼ାଇଲେ ସିଜ୍‌ଫାୟାର 🔴 ଖରା ନେଇ ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ 🔴 ପହଲଗାମ୍ ଆତଙ୍କୀ ହମଲାକୁ ବର୍ଷେ 🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ