Masthead

“ନବୀନ ଓଡ଼ିଶା”ର ଅସଲି ଚିତ୍ର ପ୍ରକାଶ କଲେ “ଓବିସି କମିଶନ”

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) “ନବୀନ ଓଡ଼ିଶା”ର ଅସଲି ଚିତ୍ର ପ୍ରକାଶ କଲେ “ଓବିସି କମିଶନ” ।  ଓବିସି କମିଶନ ଏକ ବିଜ୍ଞପ୍ତି ପ୍ରକାଶ କରି ଲେଖିଛନ୍ତି ପଛୁଆବର୍ଗଙ୍କ ମଧ୍ୟରୁ ୧ କୋଟି ୯୫ ଲକ୍ଷ ଲୋକ କମିଶନଙ୍କୁ ତାଙ୍କର ମତାମତ ଜଣାଇଛନ୍ତି । ଓଡ଼ିଶାର ପଛୁଆବର୍ଗ କମିଶନ ରାଜ୍ୟର ପଛୁଆବର୍ଗଙ୍କର ସାମାଜିକ, ଆର୍ଥକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ତାଙ୍କର ରିପୋର୍ଟ ସରକାରଙ୍କୁ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ ଏହି ବର୍ଗର ସ୍ଥିତି ସବୁ କ୍ଷେତ୍ରରେ ଅତ୍ୟନ୍ତ ଦୟନୀୟ ରହିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କମିଶନ ଏ ସର୍ଭେ କାର୍ୟ୍ୟକୁ ହାତକୁ ନେଇ ତାଙ୍କର ରିପୋର୍ଟ ଦେବାପରେ କାହିଁକି ସରକାର “ଚୁପ୍ ରହିଛନ୍ତି” ? କ’ଣ “ଅସଲି ଓଡ଼ିଶାର ଚିତ୍ର” ସାମନାକୁ ଆସିଯିବା ଭୟରେ ବୋଲି ପ୍ରଶ୍ନ କରିଛନ୍ତି । ରିପୋର୍ଟ ଅନୁଯାୟୀ ଶିକ୍ଷା କ୍ଷେତ୍ରରେ ଏହି ବର୍ଗଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ ରହଛି ।

ସରକାରୀ ଚାକିରୀରେ ପଛୁଆବର୍ଗଙ୍କ ସଂଖ୍ୟା ମାତ୍ର ୨.୮ ପ୍ରତିଶତ ରହିଥିବାବେଳ ଆର୍ଥିକ ସ୍ଥିତି ଅତ୍ୟନ୍ତ ଭୟଙ୍କର ରହିଛି । ମାତ୍ର ୧୯ ପ୍ରତିଶତ କୃଷି କାର୍ୟ୍ୟରେ ଅଛନ୍ତି । ଅନ୍ୟମାନେ ଦିନ ମଜୁରିଆ ଓ ଅଧିକାଂଶ ଦାଦନ ଶ୍ରମିକ । ଏହି ବର୍ଗର ଅଧôକାଂଶ ପରିବାର ଗରିବୀ ସୀମାରେଖାର ତଳେ । ପଛୁଆବର୍ଗଙ୍କର ସ୍ଥିତି ବ୍ୟତୀତ ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କ ସମସ୍ୟା ତ ଆହୁରି ଚିନ୍ତାଜନକ। ବିଜ୍ଞପ୍ତିରେ ଲେଖାଯାଇଛି ମୁଖ୍ୟମନ୍ତ୍ରୀ ମହୋଦୟ ଆପଣଙ୍କ ଶାସନ ପ୍ରାୟ ୨୫ ବର୍ଷ ହେବାକୁ ଯାଉଛି । ରାଜ୍ୟର ବିକାଶ ସମ୍ପର୍କରେ ପ୍ରତିଦିନ ସମ୍ବାଦପତ୍ରମାନଙ୍କରେ ବଡ ବଡ “ ବିଜ୍ଞାପନ” ବାହାରୁଛି । କମିଶନଙ୍କ ରିପୋର୍ଟ ସର୍ବସାଧାରଣ ହେଲେ ଏସବୁ ବିକାଶର ପ୍ରକୃତ ଚିତ୍ର ଜଣାପଡ଼ିଯିବ । ପଛୁଆବର୍ଗଙ୍କ ସଂଖ୍ୟା ୫୪ % – ସଂରକ୍ଷଣ ହେବା କଥା ୫୪ % କିନ୍ତୁ ଚାକିରୀରେ ମାତ୍ର ୧୧.୨୫% ଓ ଶିକ୍ଷା କ୍ଷେତ୍ରରେ ଆଦୌ ନାହିଁ । ସମଗ୍ର ଦେଶରେ ଏହି ବର୍ଗ ଗତ ୨୫ ବର୍ଷ ହେଲା ଉଭୟ ଚାକିରୀ ଓ ଶିକ୍ଷାରେ ୨୭ % ପାଉଛନ୍ତି । ସାଧାରଣ ବର୍ଗଙ୍କ ସଂଖ୍ୟା ରାଜ୍ୟରେ ମାତ୍ର ୬ % ଥିବା ବେଳେ ସେମାନେ ପାଉଛନ୍ତି ୧୦ % ଉଭୟ ଶିକ୍ଷା ଓ ଋକିରୀ କ୍ଷେତ୍ରରେ ।

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ୪୦ % – ସଂରକ୍ଷଣ ୪୦ % ପରିବର୍ତ୍ତେ ଶିକ୍ଷା କ୍ଷେତ୍ରରେ ମାତ୍ର ୨୦% । ଗରିବୀରେ ଓଡ଼ିଶା ନଂ-୧ । ଦାଦନ ଯିବାରେ ଦେଶରେ ନଂ-୧ । ମୁଣ୍ଡପିଛା ଆୟରେ ସବୁଠୁ ତଳେ । ପ୍ରୋତ୍ସାହନ ନଥିେବାରୁ କୃଷିରୁ ବାଧ୍ୟ ହୋଇ ଲୋକେ ମୁହଁ ମୋଡ଼ି ଦେଲେଣି। ଅନ୍ୟପଟେ ରାଜ୍ୟର ଅସଲି “ ରତ୍ନଭଣ୍ଡାର” ମୂଲ୍ୟବାନ “ ଖଣିଜ ସମ୍ପଦ” ଯାହାର ‘ଲୁଟ୍‌ର ତାଣ୍ଡବ” ପ୍ରତିଦିନ ଖୋଲୁଛି । ଆପଣଙ୍କ ଛତ୍ରଛାୟାରେ ୧୦୦ଟି ପରିବାର ଏହି ଲୁଟ୍‌ରେ ସାମିଲ୍ ହୋଇ ହଜାର ହଜାର କୋଟି ଟଙ୍କାର ମାଲିକ ହୋଇଛନ୍ତି । “ ଜଷ୍ଟିସ ଶାହା କମିଶନ” ତାଙ୍କ ରିପୋର୍ଟରେ ପ୍ରାୟ ୫ ଲକ୍ଷ କୋଟି ଟଙ୍କାର ଖଣି ଲୁଟ୍ ହେବାର ସ୍ପଷ୍ଟ କହିଛନ୍ତି । ଓଡ଼ିଶାବାସୀଙ୍କ ମୁଣ୍ଡରୁ “ ଗରିବୀର ଟୀକା” ଆଜି ପର୍ୟ୍ୟନ୍ତ ହଟି ପାରୁନାହିଁ । ୧୦୦ ବର୍ଷ ତଳେ ମହାତ୍ମାଗାନ୍ଧୀ ଓଡ଼ିଶାର ଗରିବୀ ସମ୍ପର୍କରେ ଯାହା କହିଥିଲେ ଆଜି ବି ସେହି ସ୍ଥିତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍