Masthead

ଅଡୁଆରେ ବିଜେଡି, ପାଣ୍ଡିଆନଙ୍କ ଚାଲ ବୁଝିଗଲେ ବବି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟର ଆଞ୍ଚଳିକ ଦଳ ତଥା ବିରୋଧୀ ବିଜୁ ଜନତା ଦଳରେ ଧିରେ ଧିରେ କମ୍ପନ ହେବାରେ ଲାଗିଲାଣି । ଦଳରୁ ଦୂରେଇ ଯାଉଛନ୍ତି ଗୋଟେ ପରେ ଗୋଟେ ନେତା । କିଏ ଦଳରେ ରହି କରୁଛନ୍ତି ବିଦ୍ରୋହ ତ ଆଉ କିଏ ଦଳକୁ ତ୍ୟାଗ କରି ଗୁମରର କରୁଛନ୍ତି ଖୁଲାସା । କୌଣଷି ମୁହୂର୍ତ୍ତରେ ବି ଫାଟି ଯାଇ ପାରେ ଶଙ୍ଖ । ଯାହାକୁ ନେଇ ଏବେ ଭୟର ସଂଚାର ଭିତରେ ନେତୃତ୍ୱ । ବିଶେଷ କରି ଏବେ ମୁଣ୍ଡ ବିନ୍ଧା ପାଲଟିଛି ଯାଜପୁର । ର୍ଶୀଷ ନେତୃତ୍ୱଙ୍କୁ ଆଡୁଆରେ ପକାଇଚାଲିଛନ୍ତି ଏହି ଜିଲ୍ଲାର ନେତା । ସୃଷ୍ଟି କରିବାରେ ଲାଗିଛନ୍ତି ସମସ୍ୟା । ଦାସ, ଘଡେଇ ଓ ବଳବନ୍ତରାୟ ପରିବାରକୁ ନେଇ ସେଠାରେ ଚାଲିଛି ଘମାଘୋଟ ଯୁଦ୍ଧ । ବବି ନିଜେ ଏବଂ ତାଙ୍କ ମା ହାରିବା ବବିଙ୍କୁ ବିଚଳିତ କରିଦେଇଛି । ଯାହାକୁ ନେଇ ଘୁରି ବୁଲୁଛନ୍ତି ବବି । କିନ୍ତୁ ତାଙ୍କୁ ନେଇ ରଚିଥିବା ଚକ୍ରବିହ୍ୟୁ ଲୋକ ଏବେ ବି ନବୀନ ନିବାସରେ ରହିଛି ବସି । ଦଳ ଚଳାଉଥିବା ନେତୃତ୍ୱ ଭାବିଥିଲେ ଗୋଟେ କିନ୍ତୁ ହୋଇଗଲା ଆଉ ଗୋଟେ । ଯାହା ଏବେ ତାଙ୍କୁ ମଝି ରାସ୍ତାରେ ଠିଆ କରିଦେଇଛି ୨୦୨୪ ସାଧାରଣ ନିର୍ବାଚନ ।

ନବୀନ ଓ ତାଙ୍କ ଅଣ ଓଡ଼ିଆ ଗୁମାସ୍ତା ଭୈରବଙ୍କ ପ୍ଲାନ ମାରିଛି ଫେଲ୍ । ବୋଧୋ ଭାବି ନେଇଥିଲେ କି ପ୍ରଣବ ପ୍ରକାଶ ଦାସ ଓରଫ ବବି ସମ୍ବଲପୁରରୁ ହାରିବା ପରେ ସେ ଯାଯପୁର ଜିଲ୍ଲାରେ ହେଉ କି ଦଳରେ ଆଉ ମୁଣ୍ଡ ପୁରାଇବେ ନାହିଁ । ଯଦି ପୁରାନ୍ତି ତେବେ ସେତେବେଳକୁ କିଛି ନଥିବ । କାହିଁକି ନାଁ ଗେମ୍ ଖେଲିଦେଇଛନ୍ତି ପାଣ୍ଡିଆନ ? ଯେହେତୁ ନିର୍ବାଚନ ପୂର୍ବରୁ ଅଣ ଓଡିÿଆ ଗୁମାସ୍ତା ନିଜେ ଘୋଷଣା କରିଦେଇଥିଲେ ମୋର ନିର୍ବାଚନ ଲଢିବାର ନାହିଁ ତେଣୁ ନବୀନ ଗୋଟେ ଆସନରୁ ହାରିଗଲେ ବି କୌଣଷି ସମସ୍ୟା ନାହିଁ । ସେଥିପାଇଁ ରଚିଥିଲେ ପ୍ଲାନ୍ । ଯାହାକୁ ଟିକେଟ ଦେବାକୁ ବିଶ୍ୱାସ ରଖି ପାରିନଥିଲେ ସେହି ମାନଙ୍କୁ କଣ୍ଟାବାଞ୍ଜି ଦାୟିତ୍ୱ ବି ଧରାଇ ଦେଇଥିଲେ । ଯାହା ତାଙ୍କୁ ସହାୟକ ହୋଇଥିଲା କୁଆଡେ ଭୋଟରେ । ସେବେ ଭୂପିନ୍ଦରଙ୍କୁ ଅଫିସିୟାଲ ଦାୟିତ୍ୱ ଦେବା ଆଉ ଏବେ ଦଳ ଛାଡି ସୁନନ୍ଦା କହିବା ତାଙ୍କୁ କଣ୍ଟାବାଞ୍ଜି କୁଆଡେ ପାଣ୍ଡିଆନ ପଠାଇଥିଲେ ଇଲେକ୍ସନ ବୁଝିବା ପାଇଁ । ତେବେ ଏଠି ପ୍ରଶ୍ନ ଉଠିବା ସ୍ୱଭାବି କି ନବୀନଙ୍କୁ ହରାଇବା ପଛରେ ଥିଲେ କି ପାଣ୍ଡିଆନ ? ବବିଙ୍କୁ ହରାଇ ପକ୍ଷଛେଦନର ରଖିଥିଲେ କି ଲକ୍ଷ ? ଆଉ ଏତେ ପରେ ବି ବବି ଯଦି କିଛି କୁହନ୍ତି ସେତେବେଳକୁ ଏମିତିରେ ବି ନବୀନ କଣ୍ଟାବାଞ୍ଜିରୁ ହାରିଯାଇଥିବେ ।

ବବି ନିର୍ବାଚନ କଥା କହିଲେ ବି କିଛି ଫରକ୍ ପଡିବନି ଭାବିନେଇଥିଲେ । ଆଉ ଏତେ ପରେ ବି ବବି ଯଦି ଲଢିବା କଥା ବାରମ୍ବାର କୁହନ୍ତି ତେବେ ସେତେବେଳକୁ ଦଳ କ୍ଷମତାକୁ ଚାଲିଆସିଥିବ । ସବୁ କିଛି ମ୍ୟାନେଜ୍ ହୋଇଯିବ । କିନ୍ତୁ ଏବେ ତାହା ବୁମାରିଂ ହୋଇପଡିଛି ପାଣ୍ଡିଆନଙ୍କ ପାଇଁ । ସତ୍ତାରୁ ଚାଲିଯାଇଛି ଦଳ, ଓଲଟି ଯାଇଛି ବାଜି । ବବିଙ୍କୁ ଆଉଟ୍ କରିବା ଚକରରେ ସବୁ କିଛି ଓଲଟ ପଲଟ ହୋଇଯାଇଛି । ଯାଜପୁରରେ ମୁଣ୍ଡ ପୁରାଇ ଗୋଟେ ପରେ ଗୋଟେ ନିର୍ବାଚନ ମଣ୍ଡଳୀକୁ ବିଗାଡିବାରେ ଲାଗିଥିବା ଚାରିଆଡେ ଚର୍ଚ୍ଚା । କୁଆଡେ କୁହାଯାଉଛି ପାଣ୍ଡିଆନଙ୍କ ଚାଲ ବୁଝିଯାଇଥିଲେ ବବି । ସେଥିପାଇଁ ସେବି ଖେଳିଥିଲେ ଗେମ୍ ।

ଇଲେକ୍ସନ ପୂର୍ବରୁ ପ୍ରଥମେ ତୁଙ୍ଗ ନେତାଙ୍କ ଟିକେଟ କଟିବା । ଆଉ ପରେ ତିନି ପରିବାର ଯାଯପୁର ବିଜେଡିର ସବୁ କିଛି କହି ନିଜର ଚାଲ ଚଳାଇବା ଆରମ୍ଭ କୁଆଡେ କରିଦେଲେଣି ପ୍ରଣବ । ଯାହା ପାଇଁ ପୁରା ଟେନ୍ସନରେ ବିଜେଡି । ଦେବାଶିଷ, ଆକାଶ, ଅମର ଆଉ ଏବେ ସୁନନ୍ଦା ଦଳ ଛଡିବା ପାଣ୍ଡିଆନ ଏବଂ ବବିଙ୍କ ପାଇଁ ସୃଷ୍ଟି କରିଛି ଆଡୁଆ । ଦୁହେଁଙ୍କୁ ନେଇ ଏବେ ଦଳରେ ବି ଦେଖାଦେଲାଣି ଅସୋନ୍ତୋଷ । କିଏ କାହା ଉପରେ ଭରି ପଡୁଛି ତାହାକୁ ଅପେକ୍ଷା । ଯେହେତୁ ରାଜ୍ୟରେ ଆଉ ନାହିଁ ନବୀନଙ୍କ ଶାସନ । ନବୀନଙ୍କ ପରାଜୟକୁ ନେଇ କ୍ଷୁବ୍ଧ ନେତାଙ୍କ ଠୁ କର୍ମୀ । ଯେହେତୁ ନବୀନଙ୍କ କ୍ରେଜରେ ଲାଗିଛି ଛିଟା । ଏହାରି ଭିତରେ ଏ ଚର୍ଚ୍ଚା କେଉଁ ଦିଗକୁ ନେଉଛି ତାହା ସମୟ କହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା