Masthead

କଂଗ୍ରେସର ୬୦ ସିଟ୍ ଫାଇନାଲ !

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): କଂଗ୍ରେସ ବିଧାୟକ ତାର ବାହିନୀପତିଙ୍କ ବଡ଼ ବୟାନ ।  ୨୦୨୪ ନିର୍ବାଚନକୁ ନେଇ ବଡ଼ ବୟାନ ନେଇଛନ୍ତି ତାରା । ତାରା କହିଛନ୍ତି ଆଗାମି ନିର୍ବାଚନକୁ ଆଖିଆଗରେ ରଖି  ୬୦ଟି ସିଟ ପାଇଁ  ଟିକେଟ ଫାଇନାଲ କରିସାରିଛି କଂଗ୍ରେସ । ୯ଟି ବାଧାନସଭା ଆସନ ପାଇଁ ଦଳ ବିଧାୟକ ପ୍ରାର୍ଥୀ ନିଶ୍ଚିତ କରିସାରିଛି ।

୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ଆଗୁଆ ଟିକେଟ ଦେବ । ଆସନ୍ତା ଫେବ୍ରୁଆରୀ ଶେଷ ସୁଦ୍ଧା କଂଗ୍ରେସ ଟିକେଟ ଘୋଷଣା କରିବ ବୋଲି କହିଛନ୍ତି ତାରା ବାହିନୀପତି । ଆସନ୍ତା ଫେବ୍ରୁଆରୀରେ  ରାହୁଲ ଗାନ୍ଧିଙ୍କ ସମେତ ଅନେକ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଆସିବେ । ଭାରତ ଯୋଡ ନ୍ୟାୟ ଯାତ୍ରାରେ କଂଗ୍ରେସର ହେଭିୱେଟ ଚେହେରା ଓଡ଼ିଶା ଆସିବେ ।

ଗତ ନିର୍ବାଚନରେ ଅନେକ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ କମ ଭୋଟରେ ପରାଜିତ ହୋଇଥିଲେ । ତେଣୁ ଏଥର ସର୍ଭେ ଅନୁଯାୟୀ ଟିକେଟ ବଣ୍ଟନ ହେବ ବୋଲି କହିଛନ୍ତି ତାରା । ଏହାସହ ନିର୍ବାଚନ ପୂର୍ବରୁ ଅନେକ ବଡ ଚେହେରା ହାତ ଧରିବେ ବୋଲି ସେ କହିଛନ୍ତି । ତେବେ ତାରାଙ୍କ ଏହି ବୟାନ ପରେ କଂଗ୍ରେସ ମହଲରେ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ନୂଆ ପ୍ରଭାରୀ ଦାୟିତ୍ୱ ନେବା ପରେ ଆକ୍ଟିଭମୋଡକୁ ଆସିବା ସହ ୨୦୨୪ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ କଂଗ୍ରେସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ