ନିଲମ୍ବିତ ତାଲିକାରେ ଓଡ଼ିଶାର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସଂସଦ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ଗୃହରେ ବିରୋଧିଙ୍କ ହଙ୍ଗାମା ଲାଗିରହିଛି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତି ଦାବି କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ବିରୋଧି ସାଂସଦ । ବିରୋଧ ପ୍ରଦର୍ଶନ ହେତୁ ମଙ୍ଗଳବାର ଲୋକସଭାରୁ ୪୯ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ନିଲମ୍ବିତ ସାଂସଦଙ୍କ ମଧ୍ୟରେ ଥିଲେ ଓଡ଼ିଶାର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା । ନିଲମ୍ବନ ପରେ ଉଲାକା କହିଥିଲେ, ଏଭଳି ଏକଛତ୍ରବାଦ ଆଚରଣରୁ ସରକାର ନିବୃତ୍ତ ରହିବା ଆବଶ୍ୟକ । ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିରୋଧୀଙ୍କ ପ୍ରତିବାଦର ସ୍ୱରକୁ ବିଜେପି ସରକାର କୌଣସି ମତେ ଚପାଇବାରେ ସକ୍ଷମ ହେବନାହିଁ । କ୍ଷମତସୀନ ଦଳର ଏଭଳି ଆଚରଣ ସମସ୍ତ ସୀମାସରହଦକୁ ଅତିକ୍ରମ କରିଛି । ଏହା ଦେଶର ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଜଣେ ସାଂସଦଙ୍କୁ ନିର୍ବାଚନ ମଣ୍ଡଳିର ଲକ୍ଷ ଲକ୍ଷ ଲୋକ ଭରସା କରି ଏକ ଗଣତାନ୍ତ୍ରୀକ ପଦ୍ଧତିରେ ଜିତାଇଛନ୍ତି । ସେମାନଙ୍କ ନିଲମ୍ବନ ଲକ୍ଷାଧିକ ଭୋଟରଙ୍କୁ ଆଘାତ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ