Masthead

ନିଲମ୍ବିତ ତାଲିକାରେ ଓଡ଼ିଶାର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସଂସଦ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ଗୃହରେ ବିରୋଧିଙ୍କ ହଙ୍ଗାମା ଲାଗିରହିଛି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତି ଦାବି କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ବିରୋଧି ସାଂସଦ । ବିରୋଧ ପ୍ରଦର୍ଶନ ହେତୁ ମଙ୍ଗଳବାର ଲୋକସଭାରୁ ୪୯ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ନିଲମ୍ବିତ ସାଂସଦଙ୍କ ମଧ୍ୟରେ ଥିଲେ ଓଡ଼ିଶାର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା । ନିଲମ୍ବନ ପରେ ଉଲାକା କହିଥିଲେ, ଏଭଳି ଏକଛତ୍ରବାଦ ଆଚରଣରୁ ସରକାର ନିବୃତ୍ତ ରହିବା ଆବଶ୍ୟକ । ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିରୋଧୀଙ୍କ ପ୍ରତିବାଦର ସ୍ୱରକୁ ବିଜେପି ସରକାର କୌଣସି ମତେ ଚପାଇବାରେ ସକ୍ଷମ ହେବନାହିଁ । କ୍ଷମତସୀନ ଦଳର ଏଭଳି ଆଚରଣ ସମସ୍ତ ସୀମାସରହଦକୁ ଅତିକ୍ରମ କରିଛି । ଏହା ଦେଶର ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଜଣେ ସାଂସଦଙ୍କୁ ନିର୍ବାଚନ ମଣ୍ଡଳିର ଲକ୍ଷ ଲକ୍ଷ ଲୋକ ଭରସା କରି ଏକ ଗଣତାନ୍ତ୍ରୀକ ପଦ୍ଧତିରେ ଜିତାଇଛନ୍ତି । ସେମାନଙ୍କ ନିଲମ୍ବନ ଲକ୍ଷାଧିକ ଭୋଟରଙ୍କୁ ଆଘାତ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ