ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ପାଇଲା ଅନ୍ତର୍ଜାତୀୟ ପୁରସ୍କାର । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପାଇଛି ଅନ୍ତର୍ଜାତୀୟ ଗ୍ଲୋବାଲ ପ୍ରାନେଟ ପର୍ପସ ଆୱାଡ, ଡ଼୍ରାଇଭ ଫର ରେଜଲ୍ଟ ପୁରସ୍କାର । ଯୁକ୍ତରାଷ୍ଟ୍ର ଆମେରିକାର ୱାସିଂଟନ ଡିସିରେ ଆୟୋଜିତ ଏକ୍ସପ୍ଲୋର ୨୦୨୩ ଟ୍ରାନସପରେନ୍ସସି ଟୁ ଆକ୍ସନ ସମ୍ମଳନୀରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଭିଭି ଯାଦବ ହୋଗ ଧେଇ ଏହି ପୁରସ୍କାର ଗ୍ରହଣ କରିଛିନ୍ତି । ପୂର୍ବରୁ ପିିଏସ ସାମଗ୍ରୀ ବଣ୍ଟନ କରି ଜାତୀୟ ସ୍ତରରେ ଓଡ଼ିଶା ପ୍ରଶଂସା ସାଉଣ୍ଟି ଥିଲା । ଏବେ ଚାଷୀଙ୍କ ଧାନ କିଣା ଓ ଚାଷୀଙ୍କୁ ସଠିକ ମୂଲ୍ୟ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅନ୍ତର୍ଜାତୀୟ ପୁରସ୍କାର ମିଳିଛି ।