Masthead

ଗଳାବାଟ ଖୋଜୁଛନ୍ତି ପାଣ୍ଡିଆନ!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୪ର ଶେଷ ଆଡ଼କୁ ଗମ୍ଭୀରାକୁ ଚାଲିଗଲେ । ୨୫ର ଆଗମନରେ ବାହାରିବାକୁ ବସିଛନ୍ତି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ । ମୁଣ୍ଡରେ ଲାଗିଛି ବିଜେଡିକୁ ପରାଜୟର କଳଙ୍କ । ତାକୁ ମେଣ୍ଟେଇବାକୁ ପ୍ରୟାସ ବି ଖୁବ୍ ନାଟକୀୟ ଢଙ୍ଗରେ କଲେ । ସୋସିଆଲ ମିଡିଆରେ ରାଜନୀତିକୁ ଆସିଲେ, ସେହି ସୋସିଆଲ ମିଡିଆରେ ବି ରାଜନୀତିରୁ ସନ୍ୟାସ ଘୋଷଣା କଲେ । କିନ୍ତୁ ବିଜେଡି ସରକାରରୁ ଚାଲିଯିବା ପରେ ପାଣ୍ଡିଆନ ହଠାତ ହୋଇଯାଇଥିଲେ ଉଭାନ୍ । ନା ଥିଲା ଦେଖା ନା ଥିଲା ତାଙ୍କର ସୋସିଆଲ ସାଇଟ୍ ଆକ୍ଟିଭ । କିଛି ଦିନ ହେବ କିନ୍ତୁ ବାବୁ ଖୁବ୍ ସକ୍ରିୟ ହେବାରେ ଲାଗିଛନ୍ତି । ନିଜର ଇନ୍ଷ୍ଟାରେ ନବୀନଙ୍କୁ ନେଇ ପୋଷ୍ଟ କରିଚାଲିଛନ୍ତି ।

କଥା ଆଉ ଏବେ ସେଠି ନାହିଁ । ତାଠୁ ଦୁଇପାଦ ଆଗକୁ ଗଲେଣି ପାଣ୍ଡିଆନ । ଇଲେକ୍ସନ ସମୟରେ ଯେମିତି କାଉଣ୍ଟର ଆଟାକ କରୁଥିଲେ ତାହା କରିବା ଆରମ୍ଭ କରିଦେଇଛନ୍ତି । ଶୁକ୍ରବାର ନିଜର ଇନ୍ଷ୍ଟାରେ କରିଥିବା ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେ ସେଥିରେ ଦର୍ଶାଇଛନ୍ତି କି ମୋର ନାମ ଏବଂ ଫଟୋ ବ୍ୟବହାର କରି ଏକ୍ସରେ ଦୁରୂପଯୋଗ କରୁଛନ୍ତି । ଯାହା ବି କିଛି କିଏ ମୋ ନାଁକୁ ନେଇ ପୋଷ୍ଟ କରିଛି ତାହା ଫେକ୍ । ଏହା ରାଜନୈତିକ ଉଦେ୍ଦଶ୍ୟ ରଖାଯାଇ କରାଯାଇଛି । ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ? ଯିଏ ଛଅ ମାସ ମଧ୍ୟରେ ଗୋଟିଏ ବି ପ୍ରସଙ୍ଗରେ କେବେ ରଖିନି ମତ ଏବେ ରଖିବାର କାରଣ କ’ଣ? ଯେଉଁ ଏକ୍ସର ଆଇଡିକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ସେହି ଆକାଉଣ୍ଟରୁ ପୂର୍ବରୁ ତାଙ୍କୁ ନେଇ ଅନେକ ପୋଷ୍ଟ ହୋଇଥିଲେ ବି କାହିଁକି ନୀରବ ରହୁଥିଲେ?

ଏବେ ମତ ରଖିବା ପଛରେ କ’ଣ ରହିଛି ଉଦେ୍ଦଶ୍ୟ? ଯଦି ତାହା ତାଙ୍କର ନୁହେଁ ତେବେ କାହିଁକି ଆଇନର ଆଶ୍ରୟ ନେଉନାହାନ୍ତି ଭୈରବ? ନା ରହିଛି ଭୟ? କାଳେ ନିଜ ଉପରେ ପଡ଼ିବ ଭାରି । ପୂର୍ବ ପୋଷ୍ଟକୁ ଯେତେବେଳେ ପ୍ରଶ୍ନ ଉଠାଇନାହାନ୍ତି । ଖାଲି ସେତିକି ନୁହେଁ ତାଙ୍କ ପୋଷ୍ଟ ପରେ ବି ସେହି ଆକାଉଣ୍ଟରୁ ପୋଷ୍ଟ ପରେ ଚୁପ କାହିଁକି? କାହିଁକି ରୁଜୁ କରୁନାହାନ୍ତି ମାମଲା?ଏଠୁ ସ୍ପଷ୍ଟ କି ଡାଲ ମେ କୁଛ୍ ତୋ କାଲା ହେ । ପୁଣି ରାଜନୀତିକୁ ବ୍ୟାକ୍ କରିବାର ନୁହେତ ଏହି ଯୋଜନା । ତାହା ଏବେ ଆଲୋଚନାର ବିଷୟ ପାଲଟିଛି । ଗୁରୁବାର ସୋସିଆଲ ମିଡିଆକୁ ପରାଜୟ ପାଇଁ ଦୋଷ ଦେଇଥିବା ବେଳେ ଶୁକ୍ରବାର ସୋସିଆଲ ମିଡିଆର ଏକ ପ୍ରସଙ୍ଗକୁ ନେଇ ପାଣ୍ଡିଆନ ଆଗକୁ ଆସିବା ଭିନ୍ନ ଦିଗ ଦର୍ଶାଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା