Masthead

ରାହୁଲ ଗାନ୍ଧୀଙ୍କ ବିବାଦୀୟ ଟ୍ୱିଟକୁ ହଟାଇଛି ଟ୍ୱିଟର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ଏକ ବିବାଦୀୟ ଟ୍ୱିଟକୁ ଟ୍ୱିଟର ହଟାଇ ଦେଇଛି। ଯେଉଁଥିରେ ଜଣେ ପୀଡ଼ିତାଙ୍କ ପରିବାର ଲୋକଙ୍କ ଫଟୋ ସେ ଶେୟାର କରିଥିଲେ। ଦିଲ୍ଲୀର ଜଣେ ଓକିଲ ରାହୁଲ ଗାନ୍ଧୀଙ୍କ ବିରୋଧରେ ଶିଶୁର ମୃତ୍ୟୁ ସଂପର୍କରେ ସୋସିଆଲ ମିଡିଆରେ ସେୟାର କରିବା ପରେ ଅଭିଯୋଗ କରିଥିଲେ। ଦିଲ୍ଲୀର ଜଣେ ଓକିଲ ଅଭିଯୋଗ ଆଣିଥିଲେ ଯେ ତାଙ୍କ ବାପାମାଆ, ୯ ବର୍ଷର ବଳାତ୍କାର ଓ ହତ୍ୟା କରାଯାଇଥିବା ଶିଶୁର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ।

ଓକିଲ ଭିନେଟ ଜିନ୍ଦଲ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ, ଯେଉଁଥିରେ ଦିଲ୍ଲୀ ପୋଲିସ ଏଫଆଇଆର ପଞ୍ଜିକୃତ କରିଛି। ଦେଶର ଆଇନ ଅନୁଯାୟୀ ଏହା ବେଆଇନ୍ କହି ବିଜେପି ରାହୁଲ ଗାନ୍ଧୀଙ୍କର ଏହି ଟ୍ୱିଟକୁ ନେଇ ଆପତ୍ତି ଉଠାଇଥିଲା। ରବିବାର ଦିଲ୍ଲୀ ନାଙ୍ଗଲ ଗାଓଁର ୯ ବର୍ଷର ନାବାଳିକା ଦୁଷ୍କର୍ମ ଏବଂ ହତ୍ୟାର ଶିକାର ହୋଇଥିଲେ। ଏହାପରେ ଅଗଷ୍ଟ ୪ରେ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସୁରକ୍ଷା ଦୃଷ୍ଟିରୁ ତାଙ୍କ ସୁରକ୍ଷାକର୍ମୀ କାରରୁ ଓହ୍ଲାଇବାକୁ ଦେଇ ନଥିଲେ।

ତେଣୁ କାର ଭିତରେ ରାହୁଲ ଗାନ୍ଧୀ ମୃତକଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ଆଉ ସେହି ସମୟର ଏକ ଫଟୋକୁ ରାହୁଲ ଟ୍ୱିଟ୍ କରି ସାର୍ବଜନୀନ କରି ଦେଇଥିଲେ। ବିଜେପି ଏହାକୁ ନେଇ ଆପତ୍ତି ଉଠାଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ। ସେ ଏପରି ଘଟଣାକୁ ଜଘନ୍ୟ ଅପରାଧ ବୋଲି କହିଥିଲେ। ଛୋଟ ଛୁଆର ମୃତ୍ୟୁର ଯେଉଁ କ୍ଷତି ଘଟିଛି ତାର କ୍ଷତି ପୂରଣ କରି ହେବନି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’