Masthead

ରାହୁଲ ଗାନ୍ଧୀଙ୍କ ବିବାଦୀୟ ଟ୍ୱିଟକୁ ହଟାଇଛି ଟ୍ୱିଟର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ଏକ ବିବାଦୀୟ ଟ୍ୱିଟକୁ ଟ୍ୱିଟର ହଟାଇ ଦେଇଛି। ଯେଉଁଥିରେ ଜଣେ ପୀଡ଼ିତାଙ୍କ ପରିବାର ଲୋକଙ୍କ ଫଟୋ ସେ ଶେୟାର କରିଥିଲେ। ଦିଲ୍ଲୀର ଜଣେ ଓକିଲ ରାହୁଲ ଗାନ୍ଧୀଙ୍କ ବିରୋଧରେ ଶିଶୁର ମୃତ୍ୟୁ ସଂପର୍କରେ ସୋସିଆଲ ମିଡିଆରେ ସେୟାର କରିବା ପରେ ଅଭିଯୋଗ କରିଥିଲେ। ଦିଲ୍ଲୀର ଜଣେ ଓକିଲ ଅଭିଯୋଗ ଆଣିଥିଲେ ଯେ ତାଙ୍କ ବାପାମାଆ, ୯ ବର୍ଷର ବଳାତ୍କାର ଓ ହତ୍ୟା କରାଯାଇଥିବା ଶିଶୁର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ।

ଓକିଲ ଭିନେଟ ଜିନ୍ଦଲ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ, ଯେଉଁଥିରେ ଦିଲ୍ଲୀ ପୋଲିସ ଏଫଆଇଆର ପଞ୍ଜିକୃତ କରିଛି। ଦେଶର ଆଇନ ଅନୁଯାୟୀ ଏହା ବେଆଇନ୍ କହି ବିଜେପି ରାହୁଲ ଗାନ୍ଧୀଙ୍କର ଏହି ଟ୍ୱିଟକୁ ନେଇ ଆପତ୍ତି ଉଠାଇଥିଲା। ରବିବାର ଦିଲ୍ଲୀ ନାଙ୍ଗଲ ଗାଓଁର ୯ ବର୍ଷର ନାବାଳିକା ଦୁଷ୍କର୍ମ ଏବଂ ହତ୍ୟାର ଶିକାର ହୋଇଥିଲେ। ଏହାପରେ ଅଗଷ୍ଟ ୪ରେ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସୁରକ୍ଷା ଦୃଷ୍ଟିରୁ ତାଙ୍କ ସୁରକ୍ଷାକର୍ମୀ କାରରୁ ଓହ୍ଲାଇବାକୁ ଦେଇ ନଥିଲେ।

ତେଣୁ କାର ଭିତରେ ରାହୁଲ ଗାନ୍ଧୀ ମୃତକଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ଆଉ ସେହି ସମୟର ଏକ ଫଟୋକୁ ରାହୁଲ ଟ୍ୱିଟ୍ କରି ସାର୍ବଜନୀନ କରି ଦେଇଥିଲେ। ବିଜେପି ଏହାକୁ ନେଇ ଆପତ୍ତି ଉଠାଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ। ସେ ଏପରି ଘଟଣାକୁ ଜଘନ୍ୟ ଅପରାଧ ବୋଲି କହିଥିଲେ। ଛୋଟ ଛୁଆର ମୃତ୍ୟୁର ଯେଉଁ କ୍ଷତି ଘଟିଛି ତାର କ୍ଷତି ପୂରଣ କରି ହେବନି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ୱଧର୍ମକୁ ଫେରିବା ପାଇଁ ପୁନର୍ଜନ୍ମ 🔴 ପାକିସ୍ତାନ କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ, ୨୩ ମୃତ 🔴 ହ୍ବାଇଟ ହାଉସ ବାହାରେ ୨୫ ରାଉଣ୍ଡ ଫାୟରିଂ 🔴 ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୋଲିସ୍‌ SIସ୍କାମ୍: ୧୭ଜଣଙ୍କ ଜାମିନ ଖାରଜ 🔴 ପୌରାଧ୍ୟକ୍ଷଙ୍କ ଘରକୁ ବୋମା ମାଡ଼ 🔴 ଲ୍ୟାମ୍ପସ୍ MDଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଓଡ଼ିଶାରେ ରେକର୍ଡ ତାତି 🔴 ପୁଲୱାମା ମାଷ୍ଟର ମାଇଣ୍ଡକୁ ହତ୍ୟା 🔴 ଘରୁ ବାହାରକୁ ବାହାରନ୍ତୁନି…ଅଂଶୁଘାତ ସମ୍ଭାବନା! 🔴 ସ୍ୱଧର୍ମକୁ ଫେରିବା ପାଇଁ ପୁନର୍ଜନ୍ମ 🔴 ପାକିସ୍ତାନ କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ, ୨୩ ମୃତ 🔴 ହ୍ବାଇଟ ହାଉସ ବାହାରେ ୨୫ ରାଉଣ୍ଡ ଫାୟରିଂ 🔴 ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୋଲିସ୍‌ SIସ୍କାମ୍: ୧୭ଜଣଙ୍କ ଜାମିନ ଖାରଜ 🔴 ପୌରାଧ୍ୟକ୍ଷଙ୍କ ଘରକୁ ବୋମା ମାଡ଼ 🔴 ଲ୍ୟାମ୍ପସ୍ MDଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଓଡ଼ିଶାରେ ରେକର୍ଡ ତାତି 🔴 ପୁଲୱାମା ମାଷ୍ଟର ମାଇଣ୍ଡକୁ ହତ୍ୟା 🔴 ଘରୁ ବାହାରକୁ ବାହାରନ୍ତୁନି…ଅଂଶୁଘାତ ସମ୍ଭାବନା!