Masthead

ବିସିସିଆଇ ମହିଳା ଟି-୨୦ ଟ୍ରଫି ପାଇଁ ଘୋଷଣା ହେଲା ଓଡ଼ିଶା ମହିଳା ଦଳ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମହିଳା ଟି-୨୦ ଟ୍ରଫି ପାଇଁ ଘୋଷଣା ହେଲା ଓଡ଼ିଶା ମହିଳା ଦଳ । ବିସିସିଆଇ ମହିଳା ଟି୨୦ ଟ୍ରଫି ପାଇଁ ଘୋଷଣା ହେଲା ଓଡ଼ିଶା ମହିଳା ଦଳ । ୧୬ ଜଣିଆ ସଦସ୍ୟା ବିଶିଷ୍ଟ ଦଳ ଘୋଷଣା କରିଛି ଓଡ଼ିଶା କ୍ରିକେଟ ସଂଘ। ମାଧୁରୀ ମେହେଟାଙ୍କୁ ଅଧିନାୟକ ଭାର ମିଳିଥିବା ବେଳେ ସୁଶ୍ରୀ ଦିବ୍ୟଦର୍ଶିନୀ ଉପ ଆଧିନାୟକ ଭାର ସମ୍ଭାଳିବେ। ତେବେ ଯଦି ଟିମ ଲାଇନ ଅପ ଦେଖିବା ତେବେ ତନ୍ମୟୀ ବେହେରା, ଅଞ୍ଜଳି ସିଂ, ପ୍ରଜ୍ଞାପରମିତା ମହାନ୍ତି ୱଇକେଟ କିପର, ସଙ୍ଗୀତା ଖଡିଆ, ରାନୀ ଟୁଡୁ ୱଇକେଟ କିପର, ଶୁଭ୍ରା ସ୍ୱାଇଁ , ପ୍ରିୟଙ୍କା ସାହୁ, ଶିଳ୍ପା ସ୍ୱାଇଁ, କାଜଲ ଜେନା, ରିମାଲକ୍ଷ୍ମୀ ଇକା, ରାମେଶ୍ୱରୀ ନାୟକ, ସୁଜାତା ମଲ୍ଲିକ, ତରଣା ପ୍ରଧାନ ଓ ବର୍ଷାରାଣୀ ସିଂ ଦଳରେ ରହିଛନ୍ତି। ତେବେ ଏହି ଟିମ ଚୟନ ପୂର୍ବରୁ ଓଡ଼ିଶା ରାଇପୁର ଓ ଘରୋଇ ମାଟିରେ ଅଭ୍ୟାସ ଓ ପ୍ରସ୍ତୁତି ମ୍ୟାଚ ଖେଳିଥିଲା ।

ସେଥିମଧ୍ୟରୁ ୨୧ ଜଣଙ୍କୁ ଚୟନ କରିବା ପରେ ଆଜି ବିସିସିଆଇ ମହିଳା ଟି୨୦ ଟ୍ରଫି ପାଇଁ ଓଡିଶା କ୍ରିକେଟ ସଂଘ ଖୋଳାଳିଙ୍କ ନାମ ଘୋଷଣା କରିଛି। ତେବେ ଓଡ଼ିଶାର ସମସ୍ତ ମ୍ୟାଚ ରାଇପୁରରେ ଖେଳାଯିବ । ପ୍ରଥମ ମ୍ୟାଚରେ ଓଡ଼ିଶା ମଧ୍ୟପ୍ରଦେଶକୁ ଭେଟିବ । ଦ୍ୱିତୀୟ ମ୍ୟାଚରେ ହାଇଦ୍ରାବାଦକୁ ଭେଟିବ। ପରେ ପରେ ଅରୁଣାଚଳ ପ୍ରଦେଶ , ନାଗାଲାଣ୍ଡ , ଆନ୍ଧ୍ରପ୍ରଦେଶ ଓ ଜାମ୍ମୁକାଶ୍ମୀରକୁ ଭେଟିବ ଓଡିଶା ମହିଳା ଦଳ । ଏହି ସିଜିନରେ ଓଡିଶା ନିଶ୍ଚୟ ଭଲ କରିବ ବୋଲି ଆଶା ରଖିଛି ଓଡିଶା କ୍ରିକେଟ ସଙ୍ଘ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ