Masthead

ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଦମ୍ପତି

ଟାଙ୍ଗୀ (ବଡ଼ ଖବର ବ୍ୟୁରୋ): ରାଜ୍ୟ ସରକାର ବୃଦ୍ଧବୃଦ୍ଧାଙ୍କ ଲାଗି ମଧୁବାବୁ ପେନସନ୍ ଯୋଜନାରେ ଭତ୍ତା ଯୋଗାଇ ଦେଉଛନ୍ତି । ହେଲେ ବୟସର ଅପରାହ୍ନରେ ମଧ୍ୟ ସରକାରଙ୍କ ଦୃଷ୍ଟି ପଡ଼ୁନି ବୃଦ୍ଧ ଦମ୍ପତିଙ୍କ ଉପରେ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଡିଆଁ ପଞ୍ଚାୟତ କପିଳେଶ୍ୱରପୁର ଗାଁରେ । ଏହି ଗାଁର ଅଧିକାରୀ ଜେନାଙ୍କ ବୟସ ୭୪ ଓ ତାଙ୍କ ସ୍ତ୍ରୀ ରାଧାମଣୀ ଜେନାଙ୍କ ବୟସ ୬୫ ବର୍ଷ ହେଲାଣି । ଅଧିକାରୀଙ୍କ ୪ ପୁଅ, ବୋହୂ ଓ ନାତି, ନାତୁଣୀ ଅଛନ୍ତି। ହେଲେ ପରିଣତ ବୟସରେ ସମସ୍ତେ ବୃଦ୍ଧ ଦମ୍ପତିଙ୍କୁ ସେବାଯତ୍ନ କରିବା ବଦଳରେ ଦୂରେଇ ଦେଇଛନ୍ତି। ଅଣ୍ଟା ନଇଁ ଗଲାଣି ତଥାପି ଗାଈ ପାଳନ କରି ରାଧାମଣୀ ଦୁଗ୍ଧ ସଂଗ୍ରହ କରନ୍ତି ଓ ଅଧିକାରୀ ଦୁଆର ଦୁଆର ବୁଲି କ୍ଷୀର ବିକ୍ରି କରି ଯାହା ରୋଜଗାର କରନ୍ତି ସେଥିରେ ଚଳନ୍ତି। ହେଲେ ମଧୁବାବୁ ପେନସନ ଯୋଜନାରୁ ବଞ୍ଚିତ ହେଇଛନ୍ତି ଏହି ବୃଦ୍ଧ ଦମ୍ପତି। ପରିଣତ ବୟସରେ ବି ସେମାନଙ୍କୁ ମିଳି ନାହିଁ ଭତ୍ତା । ଏ ନେଇ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିକ୍ରିୟା ମିଳିପାରି ନ ଥିବାବେଳେ ଟାଙ୍ଗୀ ବିଡିଓ ଅକ୍ଷୟ ରାଉତଙ୍କୁ ଯୋଗାଯୋଗ କରାଯାଇଥିଲା । ସେ କ୍ୟାମେରା ସମ୍ମୁଖରେ ପ୍ରତିକ୍ରିୟା ଦେବାକୁ ଅନିଚ୍ଛା ପ୍ରକାଶ କରିଥିଲେ ମଧ୍ୟ ଖୁବଶୀଘ୍ର ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI