Masthead

ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଦମ୍ପତି

ଟାଙ୍ଗୀ (ବଡ଼ ଖବର ବ୍ୟୁରୋ): ରାଜ୍ୟ ସରକାର ବୃଦ୍ଧବୃଦ୍ଧାଙ୍କ ଲାଗି ମଧୁବାବୁ ପେନସନ୍ ଯୋଜନାରେ ଭତ୍ତା ଯୋଗାଇ ଦେଉଛନ୍ତି । ହେଲେ ବୟସର ଅପରାହ୍ନରେ ମଧ୍ୟ ସରକାରଙ୍କ ଦୃଷ୍ଟି ପଡ଼ୁନି ବୃଦ୍ଧ ଦମ୍ପତିଙ୍କ ଉପରେ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଡିଆଁ ପଞ୍ଚାୟତ କପିଳେଶ୍ୱରପୁର ଗାଁରେ । ଏହି ଗାଁର ଅଧିକାରୀ ଜେନାଙ୍କ ବୟସ ୭୪ ଓ ତାଙ୍କ ସ୍ତ୍ରୀ ରାଧାମଣୀ ଜେନାଙ୍କ ବୟସ ୬୫ ବର୍ଷ ହେଲାଣି । ଅଧିକାରୀଙ୍କ ୪ ପୁଅ, ବୋହୂ ଓ ନାତି, ନାତୁଣୀ ଅଛନ୍ତି। ହେଲେ ପରିଣତ ବୟସରେ ସମସ୍ତେ ବୃଦ୍ଧ ଦମ୍ପତିଙ୍କୁ ସେବାଯତ୍ନ କରିବା ବଦଳରେ ଦୂରେଇ ଦେଇଛନ୍ତି। ଅଣ୍ଟା ନଇଁ ଗଲାଣି ତଥାପି ଗାଈ ପାଳନ କରି ରାଧାମଣୀ ଦୁଗ୍ଧ ସଂଗ୍ରହ କରନ୍ତି ଓ ଅଧିକାରୀ ଦୁଆର ଦୁଆର ବୁଲି କ୍ଷୀର ବିକ୍ରି କରି ଯାହା ରୋଜଗାର କରନ୍ତି ସେଥିରେ ଚଳନ୍ତି। ହେଲେ ମଧୁବାବୁ ପେନସନ ଯୋଜନାରୁ ବଞ୍ଚିତ ହେଇଛନ୍ତି ଏହି ବୃଦ୍ଧ ଦମ୍ପତି। ପରିଣତ ବୟସରେ ବି ସେମାନଙ୍କୁ ମିଳି ନାହିଁ ଭତ୍ତା । ଏ ନେଇ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିକ୍ରିୟା ମିଳିପାରି ନ ଥିବାବେଳେ ଟାଙ୍ଗୀ ବିଡିଓ ଅକ୍ଷୟ ରାଉତଙ୍କୁ ଯୋଗାଯୋଗ କରାଯାଇଥିଲା । ସେ କ୍ୟାମେରା ସମ୍ମୁଖରେ ପ୍ରତିକ୍ରିୟା ଦେବାକୁ ଅନିଚ୍ଛା ପ୍ରକାଶ କରିଥିଲେ ମଧ୍ୟ ଖୁବଶୀଘ୍ର ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା