Before Header

ରାମନବମୀରେ ଅଘଟଣ, ଜଳିଲା ମନ୍ଦିର

0 33

ଆନ୍ଧ୍ରପ୍ରଦେଶ(ବଡ଼ ଖବର ବ୍ୟୁରୋ): ରାମନବମୀରେ ଜଳିଲା ମନ୍ଦିର । ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ଭେନୁଗୋପାଲା ସ୍ୱାମୀ ମନ୍ଦିରରେ ରାମନବମୀ ଉତ୍ସବ ସମୟରେ ଅଗ୍ନିକାଣ୍ଡ ଘଟିଛି। ରାମ ନବମୀ ପାଳନ ପାଇଁ ମନ୍ଦିରରେ ଏକ ପେଣ୍ଡାଲ ଲଗାଯାଇଥିଲା। ଏହି ସମୟରେ ସେଠାରେ ସର୍ଟ ସର୍କିଟ ଯୋଗୁ ଏହି ପେଣ୍ଡାଲରେ ନିଆଁ ଲାଗିଯାଇଥିଲା। କିଛି କ୍ଷଣ ମଧ୍ୟରେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା। ନିଆଁ ଲାଗିବା ମାତ୍ରେ ଭକ୍ତମାନଙ୍କୁ ପେଣ୍ଡାଲରୁ ବାହାର କରାଯାଇଥିଲା। ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା।

Leave A Reply

Your email address will not be published.