Masthead

ବଢୁଛି ପଥର ମାଫିଆଙ୍କ ରାଜୁତି

ନୟାଗଡ଼ (ବଡ଼ ଖବର ବ୍ୟୁରୋ): ବଢୁଛି ପଥର ମାଫିଆଙ୍କ ରାଜୁତି । ଜଙ୍ଗଲଜମିରେ କରୁଛନ୍ତି ବେଆଇନ ରାସ୍ତା । ବେଆଇନ ବ୍ଲାଷ୍ଟିଂ କରି ଖାଲି କରୁଛନ୍ତି ପାହାଡ଼ । ଲୁଟି ନେଉଛନ୍ତି ଟ୍ରକ ଟ୍ରକ ପଥର । ବେଆଇନ ବ୍ଲାଷ୍ଟିଂ ଦ୍ୱାରା ନିମାଣି ଗାଁର ଘର,ସ୍କୁଲ,ମନ୍ଦିର ଏମିତିକି ଡାକ୍ତରଖାନା ଫାଟି ଆଁ କଲାଣି । ଯାହାକୁ ନେଇ ଚିନ୍ତାରେ ନିମାଣି ଗାଁର ଲୋକେ । ଯେଉଁ ପାହାଡ଼ ଗାଁର ସୌନ୍ଦର୍ଯ୍ୟ ବଢାଏ ହେଲେ ଆଜି ପଥର ମାଫିଆଙ୍କ ଦୌରାତ୍ମ୍ୟ ପାଇଁ ଫିକା ପଡ଼ିଯାଇଛି ଏହାର ସୌନ୍ଦର୍ଯ୍ୟ ।

ପଥର ମାଫିଆଙ୍କ କବଜାରେ ଏହି କାସିଆ ପାହାଡ । ଖାଲି ସେତିକି ନୁହେଁ ପାହାଡ଼ର ପାଦଦେଶରେ ଥିବା ଜଙ୍ଗଲ କିସମ ଜମିରେ ତିଆରି ହୋଇଛି ବେଆଇନ ରାସ୍ତା । ଯାହାକୁ ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ଅଞ୍ଚଳବାସୀଙ୍କ ଅଭିଯୋଗ କ୍ରମେ ଜିଲ୍ଲା ପ୍ରଶାସନ ବାର୍ଷିକ ୫୦୦ ସିଏମର ପଥର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଦିନକୁ ୫୦୦ରୁ ଅଧିକ ପଥର ଚୋରାଉଛନ୍ତି ପଥର ମାଫିଆ । ପଥର ଗାଡ଼ି ଯିବା ଆସିବା ଦ୍ୱାରା ଜଙ୍ଗଲ କିସମ ଜମିରୁ ଉଠୁଛି ମାଟି ।

ବେଆଇନ ବ୍ଲାଷ୍ଟିଂ ଦ୍ୱାରା ନିମାଣି ଗାଁର ଘର , ମନ୍ଦିର, ସ୍କୁଲ ଏମିତିକି ଡାକ୍ତରଖାନା ଫାଟି ଆଁ କଲାଣି । ପ୍ରଶାସନକୁ ବାରମ୍ବାର ଅଭିଯୋଗ ସତ୍ୱେ ନିଆଯାଉନି ଉଚିତ ପଦକ୍ଷେପ । ସେପଟେ ଡିଏଫଓ ସବୁ ଜାଣି ମଧ୍ୟ ଚୁପ ରହୁଛନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରୁଛନ୍ତି । ପାହାଡ଼ କୁ ଢାଲ କରି ପଥର ମାଫିଆ ଲୁଟୁଛନ୍ତି କୋଟି କୋଟି ଟଙ୍କା । ଏହାକୁ ଜାଣି ମଧ୍ୟ ପ୍ରଶାସନ ପାଲଟିଛି ନିଦା ବିଷ୍ଣୁ ।

ଗୋଟେ ପଟେ ପଥର ଲୁଟ୍ କରି ପଥର ମାଫିଆମାନେ ମାଲା ମାଲ ହେଉଥିବାବେଳେ, ଅନ୍ୟପଟେ ଦୁର୍ବିସହ ହୋଇପଡ଼ିଛି ନିମାଣିବାସୀଙ୍କ ଜୀବନ । ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ନଷ୍ଟ ହେଉଥିବାବେଳେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ତେବେ ଏହା ବିରୋଧରେ କେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା