Masthead

ନ୍ୟାୟ ପାଇଁ ଥାନା ବାରଣ୍ଡାରେ ବୃଦ୍ଧା ମାଆ

ସୋର (ବଡ଼ ଖବର ବ୍ୟୁରୋ): ପୁଅଟିଏ ପାଇଁ କେତେ ଦିଅଁ ଦେବତାଙ୍କୁ ମାନସିକ କରି କେତେ ବ୍ରତ ଉପବାସ କରିଥାଏ ମା’। ପୁଅ ଟିଏ ହେଲେ ବୃଦ୍ଧ ବେଳର ସାହାରା ହେବ । ହେଲେ ଆଜିର ସ୍ୱାର୍ଥପର ସମାଜରେ ପୁଅଟିଏ ସାହାରା ହେବାତ ଦୂରର କଥା ଭଲରେ ଗଣ୍ଡେ ଖାଇବାକୁ ନଦେଇ ଘରୁ ତଡି ଦେଉଛନ୍ତି ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଚହଳିମା ଗ୍ରାମରେ । ଏହି ଗ୍ରାମର ସ୍ୱର୍ଗତ ଭାଗିରଥି ସାହୁଙ୍କ ସ୍ତ୍ରୀ ମାଳତୀ ସାହୁଙ୍କ ଦୁଇ ପୁଅ ବୋହୂ ଖାଇବାକୁ ନଦେଇ ଘରୁ ତଡି ଦେଇଥିବା ସୋର ଥାନାରେ ଅଭିଯୋଗ କରିଛନ୍ତି । ମାଳତୀଙ୍କ ଦୁଇ ପୁଅ ରବିନ୍ଦ୍ର ଓ ରାଜେନ୍ଦ୍ର । ମା ଆଶା କରିଥିଲେ ଦୁଇ ପୁଅ ବୃଦ୍ଧାବସ୍ଥାରେ ମା’ଙ୍କ ସାହାରା ହେବେ । ମାତ୍ର ପୁଅ ବୋହୂ ଖାଇବାକୁ ଦିଅନ୍ତି ନାହିଁ । ମାଳତୀ ପାଉଥିବା ସରକାରୀ ଭତ୍ତା ଟଙ୍କାକୁ ଧାର ଆକରରେ ମାଗି ନେଇଥିଲେ ।

ସାନ ପୁଅ ମାଳତୀ ଟଙ୍କା ମାଗିବାରୁ ଗାଳି ଗୁଲଜ କରିବା ସହ ମା ମାଳତୀକୁ ଚୂଲିରେ ରୋଷେଇ କରିବାକୁ ମଧ୍ୟ ଦେଉନଥିବା ବୃଦ୍ଧା ମା’ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଶେଷରେ ମାଆଙ୍କୁ ବୃଦ୍ଧାବସ୍ଥାରେ ଘରୁ ତଡି ଦେଇଛନ୍ତି । ବୃଦ୍ଧା ମା’ ଜଣକ ଏବେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା