Masthead

ଚୀନରେ ବର୍ଷା ରେକର୍ଡ ସୃଷ୍ଟି କରିଛି

(ବଡ଼ ଖବର ବ୍ୟୁରୋ): ଚୀନରେ ପ୍ରଳୟଙ୍କରୀ ବନ୍ୟା । ଜଳମଗ୍ନ ଚୀନ । ଭାସୁଛି ଅଧିକାଂଶ ଅଞ୍ଚଳ । ଶହ ଶହ ଲୋକଙ୍କ ମଧ୍ୟ ଜୀବନ ଗଲାଣି । ଗତ କିଛି ଦିନ ହେବ ଚୀନର ହେନାନ୍ ଅଞ୍ଚଳରେ ବନ୍ୟା ତାଣ୍ଡବ ରଚିଛି । ଯାହା ସହରର ବାର୍ଷିକ ବର୍ଷାର ପରିମାଣ ସହ ସମାନ । ମୂଷଳଧାରାରେ ହୋଇଥିବା ବର୍ଷା କାରଣରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ହେନାନର ରାଜଧାନୀ ଝାଙ୍ଗଜୋ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବେଲେ ଏଠାରେ ୨୯୨ ଜଣ ପ୍ରାଣ ହରାଇଛନ୍ତି । ସେହିପରି ୪୭ ଜଣ ଏବେବି ନିଖୋଜ ଅଛନ୍ତି । ଏଠାରେ ଥିବା ଏକ କାର ପାର୍କିଂରେ ୩୯ ଜଣଙ୍କ ମୃତଦେହ ମିଳିଛି ।

ସହରର କିଛି ଡ୍ରେନରେ ମଧ୍ୟ ୬ଜଣ ବୁଡି ପ୍ରାଣ ହରାଇଛନ୍ତି । ଜିନଜିଆଙ୍ଗ୍ ସହରରେ ୭ ଜଣ ପ୍ରାଣ ହରାଇବା ବେଳେ ୩ ଜଣ ନିଖୋଜ ଅଛନ୍ତି । ଶୁକ୍ରବାର ସ୍ଥାନୀୟ ଅଧିକାରୀ ମୃତକଙ୍କ ସଂଖ୍ୟା ୯୯ କହିଥିଲେ । ଯାହା ୪୦୦କୁ ବୃଦ୍ଧି ପାଇଛି । ଏବେବି ୫୦ ଜଣ ନିଖୋଜ ଅଛନ୍ତି । ତେବେ ବର୍ଷା ଓ ବନ୍ୟା କାରଣରୁ ୧ କୋଟି ୪୫ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏହାସହ ୯୦ ହଜାର ହେକ୍ଟରରୁ ଅଧିକ ଫସଲ କ୍ଷତିଗ୍ରସ୍ତ ହୋଇଛି ।

୩୦୬୦୦ରୁ ଅଧିକ ଘର ଭାଙ୍ଗି ଯାଇଛି । ଜୁଲାଇ ୧୬ ପରେ ହେନାନ ପ୍ରାନ୍ତରେ ଅଧିକ ବର୍ଷା ହୋଇଥିଲା । ଝୋଙ୍ଗଝୋରେ ୩ ଦିନରେ ୬୧୭.୧ ମିମି ବର୍ଷା ରେକର୍ଡ କରାଯାଇଛି । ଅର୍ଥାତ ଘଣ୍ଟା ପ୍ରତି ୨୦୧.୯ ମିମି ବର୍ଷା ହେଉଥିଲା । ଏହି କ୍ଷୟକ୍ଷତି ପାଇଁ ସ୍ଥାନୀୟ ପ୍ରଶାସନକୁ ସମସ୍ତେ ଦାୟୀ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ! 🔴 ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ 🔴 ଆଜି ବି ପ୍ରବଳ ବର୍ଷିବ 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ୩ ଦିନ ଯାଏ ରହିବ କାଳବୈଶାଖୀ ପ୍ରଭାବ 🔴 ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ 🔴 ଟ୍ରମ୍ପଙ୍କ ଧମକ ପରେ ଅଚେତ ହୋଇଗଲେ ମୋଜତାବା ଖାମେନେଇ 🔴 ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ! 🔴 ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ 🔴 ଆଜି ବି ପ୍ରବଳ ବର୍ଷିବ 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ୩ ଦିନ ଯାଏ ରହିବ କାଳବୈଶାଖୀ ପ୍ରଭାବ 🔴 ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ 🔴 ଟ୍ରମ୍ପଙ୍କ ଧମକ ପରେ ଅଚେତ ହୋଇଗଲେ ମୋଜତାବା ଖାମେନେଇ 🔴 ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି