Masthead

ଫଟୋଗ୍ରାଫି ଦିବସରେ ଫଟୋଗ୍ରାଫର କଲେ ବୃକ୍ଷ ରୋପଣ

ପୁରୀ(ବଡ଼ ଖବର ବ୍ୟୁରୋ): ଆଜି ହେଉଛି ବିଶ୍ୱ ଫଟୋଗ୍ରାଫି ଦିବସ । ବିଭିନ୍ନ ପ୍ରାନ୍ତରେ ଫଟୋଗ୍ରାଫର ମାନେ ଏହାକୁ ପାଳନ କରୁଛନ୍ତି। ଅନୁରୂପ ଭାବେ ପୁରୀ ଜିଲ୍ଲା ଫଟୋଗ୍ରାଫର ଆସୋସିଏସନ ତରଫରୁ ମଧ୍ୟ ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ନିଆଯାଇଛି ଏକ ଅଭିନବ ପଦକ୍ଷେପ । ଗତ ଫନି ବାତ୍ୟାରେ ଉପୁଡି ଯାଇଥିଲା ବାଲୁଖଣ୍ଡ ଅଭୟାରଣ୍ୟର ସବୁଜିମା ।

ପାଖାପାଖି ୮୪ ଲକ୍ଷ ଛୋଟ ବଡ ବୃକ୍ଷ ଉପୁଡିଯାଇଥିଲା ବୋଲି ଆକଳନ କରାଯାଇଥିଲା ।  ପୁରୀର ପରିବେଶ ସନ୍ତୁଳନ ପାଇଁ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଥିଲା । ଆଜକୁ ୨ ବର୍ଷ ପୁରିଯାଇଥିଲେ ମଧ୍ୟ ପ୍ରଶାସନ ତରଫରୁ ସେମିତି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ । ଥୁଣ୍ଟ ବୃକ୍ଷରାଜି ସବୁ ସେମିତି ରହିଛି । ଏଭଳି ସମୟରେ ଆଗେଇ ଆସିଛନ୍ତି ଏହି ଫଟୋଗ୍ରାଫର କର୍ମକର୍ତ୍ତାମାନେ । ଆଜିର ଫଟୋଗ୍ରାଫି ଦିବସକୁ ସ୍ମରଣୀୟ କରିଛନ୍ତି । ଆକାଶିଆ ଓ ଆମ୍ବ ଗଛ ସହ ଅନେକ ବୃକ୍ଷ ଏହି ଅଭୟାରଣ୍ୟରେ ରୋପଣ କରି ପର ପିଢ଼ି ପାଇଁ ଏକ ସୁନ୍ଦର ବାର୍ତ୍ତା ଦେବା ସହ ଉଦାହରଣ ସୃଷ୍ଟି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି