Masthead

ବିବାହ ବେଳେ ଅଘଟଣ: ୧ ମୃତ, ୧୦ ଗୁରୁତର

ପାଟଣାଗଡ଼ (ବଡ଼ ଖବର ବ୍ୟୁରୋ): ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ବର କାର୍ । ଜଣେ ମୃତ, ୧୦ ଗୁରୁତର । ବରଯାତ୍ରୀ ବେଳେ ଅଘଟଣ । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ବାଘଝରଣ ଗାଁ ରୁ ବରଯାତ୍ରୀଙ୍କ ଉପରେ ବର କାର୍ ମାଡ଼ି ଯାଇଛି । ବାଘଝରଣ ଗାଁ ର ଦୁତିଆ ବରିହା ଙ୍କ ପୁଅ ହୁତାସନ ବରିହା ଙ୍କ କାଲି ବିବାହ ଥିଲା । ରାତି ୧୧ ଟା ସମୟ ରେ ହିର୍ଲି ଗାଁକୁ ବାହାରୁଥିବା ବେଳେ ଗାଁରେ ପ୍ରଥମେ ପ୍ରସେସନ ଚାଲିଥିଲା । ଏପରିକି ବର ହୁତାସନ ଗାଡିରେ ବସି ନଥିଲେ ।

ନିଜ ବନ୍ଧୁବାନ୍ଧବ , ସାଙ୍ଗସାଥି ବାହାଘର ଶୋଭାଯାତ୍ରା ରେ ମସଗୁଲ ଥିବା ବେଳେ ବର ପାଇଁ ସଜା ଯାଇଥିବା କାର ଦ୍ରୁତଗତିରେ ଚଢିଯାଇଥିଲା । ଡ୍ରାଇଭରର ଅସାବଧାନତା କାରଣରୁ ଏଭଳି ଘଟଣା ଘଟିଥିବା କୁହାଯାଉଥିବା ବେଳେ ଏଭଳି ଦୁଃଖଦ ଘଟଣାରେ ଜଣକର ଜୀବନ ଚାଲିଯାଇଛି । ୧୦ ଗୁରୁତରଙ୍କୁ ବଲାଙ୍ଗୀର ଭୀମଭୋଇ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ମୃତକଙ୍କ ହେଲେ ରାଜୁ ବରିହା । ସେପଟେ ଖପ୍ରାଖୋଲ ପୋଲିସ ଡ୍ରାଇଭର କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ