Masthead

ମଝି ଆକାଶରେ ଜରୁରୀକାଳୀନ ଡୋର ଖୋଲି ଜଣେ ଗିରଫ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଝି ଆକାଶରେ ଖୋଲିଲା ଜରୁରୀକାଳୀନ ଡୋର, ବିମାନର ଜରୁରୀକାଳୀନ ଡୋର ଖୋଲିଦେଲେ ଯାତ୍ରୀ । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାଟି ଘଟିଛି ଦକ୍ଷିଣ କୋରଆରେ । ବିମାନରେ ୧୯୪ ଲୋକ ଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି । ଏସିଆନା ଏୟାରଲାଇନସର ବିମାନ ଅବତରଣର କିଛି ମିନିଟ୍ ପୂର୍ବରୁ ହଠାତ ଜଣେ ଯାତ୍ରୀ ବିମାନର ଏମର୍ଜେନ୍ସି ଡୋରଟିକୁ ଖୋଲି ଦେଇଥିଲେ । ଏହାପରେ ବିମାନ ଭିତରେ ପ୍ରବଳ ବେଗରେ ପବନ ଭରି ଯାଇଥିଲା ।

ବିମାନରେ ୧୯୪ ଜଣ ଯାତ୍ରୀ ଥିଲେ । ବିମାନଟି ଦକ୍ଷିଣ କୋରିଆର ଡାଏଗୁ ଏୟାରପୋର୍ଟରେ ସୁରକ୍ଷିତ ଅବତରଣ କରିଥିଲା । ବିମାନ ଅବତରଣ କରିବାବେଳେ ଏମର୍ଜେସି ଡୋର ଖୋଲା ରହିଥିଲା। ଏହାପରେ ବିମାନରେ କିଛି ଯାତ୍ରୀଙ୍କ ଶ୍ୱାଶକ୍ରିୟା ଜନିତ ସମସ୍ୟା ଦେଖିବାକୁ ମିଳିଥିଲା । କିଛି ଯାତ୍ରୀ ବେହୋସ ହୋଇଯାଇଥିଲେ । ଗୁରୁତର ହୋଇ ପଡିଥିବା ଯାତ୍ରୀଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବିମାନ ଅବତରଣ କରିବା ପରେ ଏମର୍ଜେନସି ଗେଟ୍ ଖୋଲିଥିବା ବ୍ୟକ୍ତି ଜଣଙ୍କୁ ଗିରଫ କରିଥିଲା ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ